ରାଉରକେଲା:ଓଡ଼ିଶାର ବିଭିନ୍ନ ସ୍ଥାନରେ ପୁଣି ଜୋର ଧରିଛି ଜିଲ୍ଲା ଘୋଷଣା ଦାବି । ବଣାଇକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବନ୍ଦ କରାଯାଇଛି । ବଣାଇକୁ ଜିଲ୍ଲା ଘୋଷଣା କରିବା ଦାବିରେ ବଣାଇ କ୍ରିୟାନୁଷ୍ଠାନ କମିଟିର 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।
ଆଜି ବଣାଇ ଜିଲ୍ଲା ଦାବିରେ ବନ୍ଦ ଡାକରା ଦିଆଯାଇ ଥିବାବେଳେ ଆଜି ସକାଳୁ ସକାଳୁ ପିକେଟିଙ୍ଗ କରି ସମସ୍ତ ଦୋକାନ ବଜାର ବନ୍ଦ ରହି ଥିବା ସହ ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରହିଛି । ଏହାସହ NH 143 ସହ NH 215କୁ ସମୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଫଳରେ ହଜାର ହଜାର ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । 1972 ମସିହାରୁ ବଣାଇକୁ ଜିଲ୍ଲା ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରି ନ ଥିବା ବେଳେ ବିଭିନ୍ନ ସମୟରେ ଜିଲ୍ଲା ଦାବି ପାଇଁ ବିଭିନ୍ନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଜଣାଇ ଥିଲେ ସୁଦ୍ଧା ଜିଲ୍ଲା ହେଉ ନ ଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏହା ସହ ବଣାଇକୁ ଜିଲ୍ଲା ଦାବି କରିଛି କମିଟି ।