ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲାରେ 5-T ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ସ୍ଥାନକୁ ଯାଇ କରିଛନ୍ତି ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି 5-T ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ସ୍ମାର୍ଟ କ୍ଲାସ ରୁମ୍ ଓ ଇ-ଲାଇବ୍ରେରୀ ସହ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଭି.କେ ପାଣ୍ଡିଆନ୍ । ଏହାପରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ କରିଥିଲେ । ସ୍କୁଲର ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ଏହାପରେ ତୁମକେଲାରେ ବିଜୁ ସେତୁ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଭଲ କାମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ତୁମକେଲା ପରେ ବଣାଇ ବାଣେଶ୍ବର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଥିଲେ ଭି.କେ ପାଣ୍ଡିଆନ୍ । ମନ୍ଦିରରେ ପୂଜା କରିବା ସହ ସେବାୟତ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ମନ୍ଦିରକୁ 5T ସଚିବ ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ ସେବାୟତ । ବଣାଇରେ ହକି ତାଲିମ କେନ୍ଦ୍ର ଗସ୍ତ କରି ହକି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ।