ଓଡିଶା

odisha

ETV Bharat / state

4 ଟ୍ରେନ ଲୁଟେରାଙ୍କୁ କାବୁ କଲା ପୋଲିସ

ରାଉରକେଲା ଜିଆରପି ପୋଲିସକୁ ସଫଳତା । ଏସି ଟ୍ରେନରେ ଡକାୟତି ଓ ଲୁଟ ମଚାଉଥିବା 4ଜଣ ଆନ୍ତରାଜ୍ୟ ଡକାୟତଙ୍କୁ କାବୁ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 28, 2019, 2:42 PM IST


ରାଉରକେଲା: ସହରରେ ଜିଆରପି ପୋଲିସ ହାତରେ ଧରାପଡିଲା କୁଖ୍ୟାତ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ । କଲୁଙ୍ଗା ଷ୍ଟେସନରେ ଟାଟା ବିଳାଶପୁର ପାସେଞ୍ଜର ଟ୍ରେନରେ ଡକାୟତି ଉଦ୍ୟମ କରୁଥିବାବେଳେ 4 ଜଣଙ୍କୁ କାବୁ କରିଛି ରେଳ ପୋଲିସ । ଏମାନେ ସମସ୍ତେ ବିହାରର ମୁଙ୍ଗେର ଅଞ୍ଚଳର ବୋଲି ଜଣାପଡିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଏମାନଙ୍କ ଠାରୁ ମାରଣାସ୍ତ୍ର ସହ 5ଟି ମୋବାଇଲ ଜବତ କରିଛି ପୋଲିସ । କିନ୍ତୁ ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଚନ୍ଦନ ମଣ୍ଡଳର ଏଯାଏଁ ଧରାପଡିନାହିଁ । ଏମାନେ ମୁଖ୍ୟତଃ ଏସି ଟ୍ରେନରେ ଲୁଟ ଓ ଡକାୟତି ଘଟାଇଥାନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details