ଓଡିଶା

odisha

ETV Bharat / state

କଳୁଙ୍ଗା ଲ୍ୟାମ୍ପରୁ ଲୁଟ ଘଟଣା, 3 ଗିରଫ

କଲୁଙ୍ଗା ଲ୍ୟାମ୍ପରୁ ଲୁଟ୍ ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ ।

By

Published : Jul 14, 2019, 9:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: କଲୁଙ୍ଗା ଲ୍ୟାମ୍ପରୁ ଲୁଟ୍ ହୋଇଥିବା 3 ଲକ୍ଷ ଟଙ୍କା ଘଟଣାରେ 3 ଜଣଙ୍କୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଗିରଫ ଅଭିଯକ୍ତ ହେଲେ ବଦଗୁଡ଼ିଆଳିର ଚିତ୍ରସେନ ଲାକଡ଼ା, ରାଜଗାଙ୍ଗପୁର ଅଞ୍ଚଳର ରଜତ ଆନନ୍ଦ ତିରୀ ଏବଂ ପବନ ତିର୍କୀ । ସେମାନଙ୍କ ନିକଟରୁ ନଗଦ 10 ହଜାର ଟଙ୍କା, ମୋଟର ସାଇକେଲ ଏବଂ ପିସ୍ତଲ ଜବତ ହୋଇଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାନୁସାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲ୍ୟାମ୍ପରୁ ଶୁକ୍ରବାର ଲୁଟ୍‌ ହୋଇଥିଲା । ସକାଳ ସାଢ଼େ ୧୦ଟାରେ ଲ୍ୟାମ୍ପ ଖୋଲିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ଦିନ ଦ୍ବିପ୍ରହରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details