ରାଉରକେଲା: ବାତ୍ୟା ଫନି ପରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅଳିଆ ଆବର୍ଜନାକୁ ସଫା କରିବା ବଡ ଚ୍ୟାଲେଞ୍ଜ ହୋଇଛି।ସହରକୁ ପୁଣି ଥରେ ପୂର୍ବ ଭଳି ସୁନ୍ଦର କରି ଗଢି ତୋଳିବା ପାଇଁ ସମସ୍ତେ ସହଯୋଗର ହାତ ବଢାଉଥିବା ବେଳେ ପୁରୀକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ରାଉରକେଲା ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି ।
ପୁରୀ ସଫା କରୁଛନ୍ତି ରାଉରକେଲା ସଫେଇ କର୍ମଚାରୀ
ରାଉରକେଲାରୁ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ ମିଶ୍ର ସହିତ 200 ସଫେଇକର୍ମୀ ପୁରୀକୁ ଯାଇ ସଫା କରିବା ଅଭିଯାନରେ ଲାଗି ପଡିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ ମିଶ୍ର ସହିତ 200 ସଫେଇକର୍ମୀ ପୁରୀକୁ ଯାଇ ସଫା କରିବା ଅଭିଯାନରେ ଲାଗି ପଡିଛନ୍ତି।ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଉରକେଲା ମହାନଗର ନିଗମରୁ 200 ସଫେଇ କର୍ମଚାରୀ ପୁରୀକୁ ଯିବା ପରେ ଦିନ ରାତି ପୁରୀ ରେ କାମ କରିଛନ୍ତି। ବାତ୍ୟା ପରେ ପୁରୀର ଅବସ୍ଥା ଭଲ ନଥିବା ବେଳେ ମୋବାଇଲ ନେଟୱର୍କ ଏବେ ମଧ୍ୟ ଠିକ ହୋଇ ନାହିଁ ବୋଲି କର୍ମଚାରୀ କହିଛନ୍ତି।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ