ଓଡିଶା

odisha

ଇନ୍ଦିରା ଆବାସ ଘରେ କବାଟ ଲଗାଇବାକୁ କହିବାରୁ ବୃଦ୍ଧ ବାପାକୁ ହତ୍ୟା, 2 ପୁଅ ଫେରାର

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ କ୍ରୀୟାକୁଦ ଗ୍ରାମରେ ଅଘଟଣ । ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ବୃଦ୍ଧ ବାପାକୁ ଇଟାରେ ଛେଚି ହତ୍ୟା କରିଛନ୍ତି ସଇତାନ ପୁଅ । ଘଟଣା ପରେ ଅଭିଯୁକ୍ତ 2 ପୁଅ ଫେରାର ଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

By

Published : Aug 8, 2019, 9:08 AM IST

Published : Aug 8, 2019, 9:08 AM IST

Updated : Aug 8, 2019, 3:20 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ରାଉରକେଲା: ନୃଶଂସତାର ସବୁ ସୀମା ଟପିଲା ସଇତାନ ପୁଅ । ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ବୃଦ୍ଧ ବାପାକୁ ଇଟାରେ ଛେଚି ହତ୍ୟା କରିଛି । ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ କ୍ରୀୟାକୁଦ ଗ୍ରାମରେ । ଏନେଇ ସାରା ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା

ସୂଚନାନୁସାରେ, ଗତ ସୋମବାର ଦିନ 61 ବର୍ଷୀୟ ବାଇଧର ମୁଣ୍ଡା ନିଜର ଇନ୍ଦିରା ଆବାସ ଘରେ କବାଟ ଲଗାଇବା ପାଇଁ ପୁଅଙ୍କୁ କହିଥିଲେ । ଉକ୍ତ କଥାକୁ ନେଇ ଦୁଇ ପୁଅ ଜୟରାମ ମୁଣ୍ଡା ଓ ଗୋପାଲ ମୁଣ୍ଡାର ବୃଦ୍ଧ ବାପାଙ୍କ ସହିତ କଥା କଟାକଟି ହୋଇଥିଲା । ପରେ 2 ପୁଅ ଉତକ୍ଷିପ୍ତ ହୋଇ ବାଇଧରଙ୍କୁ ଘରେ ପଡିଥିବା ଇଟାରେ ଛେଚି ଛେଚି ମାରି ଦେଇଥିଲେ । ତେବେ ସାନ ପୁଅ ଦର୍ସୁ ମୁଣ୍ଡା ଉଭୟଙ୍କୁ ଛଡାଇବାକୁ ଯିବାବେଳେ ଉତ୍ୟକ୍ତ 2 ଭାଇ ଯିଏ ପାଖକୁ ଆସିବ ତାକୁ ମଧ୍ୟ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ବାଇଧରଙ୍କୁ ବଞ୍ଚାଇବା ପାଇଁ କେହି ଭୟରେ ପାଖକୁ ଆସିନଥିଲେ ।

ସେପଟେ ଘଟଣା ସମ୍ପର୍କରେ ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଇଧରଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଘଟଣା ପରେ ହତ୍ୟା କରିଥିବା ଦୁଇ ଭାଇ ଫେରାର ଥିବାବେଳେ କୋଇଡା ଥାନାରେ କେଶ ନଂ 61/19 ଆଇପିସି ଧାରା 302ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ରାଉରକୋଲରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Aug 8, 2019, 3:20 PM IST

ABOUT THE AUTHOR

...view details