ଓଡିଶା

odisha

ETV Bharat / state

ନଦୀରେ ଗାଧୋଇବା ହେଲା କାଳ, ନାବାଳକ ମୃତ

ରାଉରକେଲା ପ୍ରଧାନପାଲ୍ଲୀ କୋଏଲ ନଦୀ ଘାଟରେ ଅଘଟଣ। ଗାଧୋଇବା ବେଳେ ପାଣିରେ ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 3, 2023, 11:56 AM IST

ନଦୀରେ ଗାଧୋଇବା ହେଲା କାଳ
ନଦୀରେ ଗାଧୋଇବା ହେଲା କାଳ

ନଦୀରେ ଗାଧୋଇବା ହେଲା କାଳ

ରାଉରକେଲା: ରାଉରକେଲା କୋଏଲ ନଦୀର ପ୍ରଧାନପାଲ୍ଲୀ ଘାଟରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ନାବାଳକ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକ ନିଖୋଜ ଅଛନ୍ତି । ତେବେ ପାଣିର କରେଣ୍ଟ ଅଧିକ ଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଉଭୟ ମୃତକ ଓ ନିଖୋଜ ନାବାଳକ ସ୍ଥାନୀୟ ଅଞ୍ଚଳର ସୂଚନା ମିଳିଛି । ମୃତ ନାବାଳକଙ୍କ ନାଁ ପ୍ରିୟାଂଶୁ ଭୋଳ । ସେ ରାଉରକେଲାର ଏକ ଘରୋଇ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ସେହିପରି ନିଖୋଜ ନାବାଳକ ରଞ୍ଜନ ପାଢ଼ୀ ମଧ୍ୟ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି ବୋଲି ଜଣାଯାଇଛି । ଅନ୍ୟପଟେ ନିଖୋଜ ନାବାଳକକୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଖୋଜାଖୋଜି କରୁଛନ୍ତି ।

ସୂଚନା ମୁତାବକ, ଗତକାଲି ଅପରାହ୍ନ ୪ଟା ସମୟରେ ୪ ଜଣ ନାବାଳକ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯିବାକୁ ପ୍ଲାନିଂ କରିଥିଲେ । ଏନେଇ ପ୍ରଧାନପାଲ୍ଲୀ କୋଏଲ ନଦୀର ଘାଟକୁ ଯାଇଥିଲେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇଲା ବେଳେ ହଠାତ ଅଧିକ ପାଣି ଥିବା ଅଞ୍ଚଳକୁ ପଶି ଯାଇଥିବା ବେଳେ ୨ଜଣକ ଯାକ ପାଣିରେ ବୁଡି ଯାଇଥିଲେ । ଏନେଇ ପାଟି ଶୁଣି ସ୍ଥାନୀୟ ବାସିନ୍ଦା ନାବାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଜଣଙ୍କୁ ଗ୍ରାମବାସୀ ପାଣିରୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଥିବାରୁ ବର୍ତ୍ତମାନ ଯାଏ ଖୋଜାଖୋଜି ଜାରି ରହିଛି । ହେଲେ ଏପର୍ଯ୍ୟନ୍ତ ନିଖୋଜ ନାବାଳକଙ୍କ କୌଣସି ପତ୍ତା ମିଳିପାରିନାହିଁ । ଅନ୍ୟପଟେ ଏନେଇ ପରିବାରରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ - ମୟୂରଭଞ୍ଜରେ ଅଘଟଣ, ପାଣିରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି

ସେହିପରି ଗତ ୭ ତରିଖ ଦିନ ରାଉରକେଲା କୋଏଲ ନଦୀର ହମିରପୁର ଘାଟକୁ ଗାଧୋଇବାକୁ ଯାଇ ନାବାଳକ ନିଖୋଜ ହୋଇଥିଲେ । ନିଖୋଜ ନାବାଳକ ଜଣକ ହେଲେ ଗୋପବନ୍ଧୁ ପାଲ୍ଲୀ ଅଞ୍ଚଳର ରବି ସାହୁ ବୋଲି ଜଣାପଡିଥିଲା । ଗୋପବନ୍ଧୁପାଲିର ୫ ଜଣ ସାଙ୍ଗ ମିଶି ୧୯ ନମ୍ବର ସେକ୍ଟର ହମିରପୁର ସ୍ଥିତ କୋଏଲ ନଦୀର ଘାଟକୁ ଗାଧୋଇବାକୁ ଯାଇଥିଲେ । ଏହାପରେ ୫ ଜଣ ଯାକ ପାଣିରେ ବୁଡି ଯାଇଥିଲେ । ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ 4 ଜଣକୁ ଉଦ୍ଧାର କରାଯାଇଥିଲେ କିନ୍ତୁ ରବି ପାଣି ସ୍ରୋତରେ ଭାସି ଯାଇଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details