ରାଉରକେଲା: ଭୋଜିରେ ବଞ୍ଚି ଯାଇଥିବା ବାସି କ୍ଷୀରି ଖାଇ 19 ଅସୁସ୍ଥ। ସେମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରାଉରକେଲାର ସେକ୍ଟର-2 ଖରିଆବାହାଲ ବସ୍ତିରେ ଘଟିଛି ଏହି ଘଟଣା। ସମସ୍ତ ଅସୁସ୍ଥଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବାସି କ୍ଷୀରି ଖାଇ 19 ଅସୁସ୍ଥ - ରାଉରକେଲା
ଭୋଜିରେ ବଳକା ରହିଯାଇଥିବା ବାସି ଖାଦ୍ୟ ଖାଇ 19 ଅସୁସ୍ଥ ହୋଇଛନ୍ତି । ସେଥିରୁ 2 ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ରାଉରକେଲାର ସେକ୍ଟର-2 ଅଞ୍ଚଳରେ ଘଟିଛି ଏହି ଘଟଣା।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସୂଚନା ଅନୁଯାୟୀ, ସ୍ଥାନୀୟ ହରିୟାଣା ଭବନରେ ଏକ ଭୋଜିର ଆୟୋଜନ କରାଯାଇଥିଲା । ସେଥିରୁ ବଳକା ଥିବା କ୍ଷୀରି ସେକ୍ଟର-2 ଖରିବାହାଲେ ଥିବା ଏକ ବସ୍ତିରେ ବଣ୍ଟା ଯାଇଥିଲା । ଯାହାକୁ ଖାଇ 19ଜଣ ଅସୁସ୍ଥ ହୋଇ ପଡିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ