ଓଡିଶା

odisha

ETV Bharat / state

ଜିଲ୍ଲା ପରିଷଦ ବୈଠକରେ ଉଠିଲା ଲାଞ୍ଚ ପ୍ରଶ୍ନ

ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ହିତାଧିକାରୀଙ୍କ ପାଖରୁ ଲାଞ୍ଚ ନେଉଥିବା ଜିଲ୍ଲା ପରିଷଦ ସଭ୍ୟମାନେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Sep 11, 2019, 3:25 PM IST

ସୁବର୍ଣ୍ଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନିଆଯାଉଥିବା ଅଭିଯୋଗ। ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନେ ହିତାଧିକାରୀଙ୍କ ପାଖରୁ ଲାଞ୍ଚ ନେଉଥିବା ଜିଲ୍ଲା ପରିଷଦ ସଭ୍ୟମାନେ ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏନେଇ ଆଜି ଜିଲ୍ଲା ପରିଷଦର ସମ୍ବିଳନୀ କକ୍ଷରେ ଆୟୋଜିତ ବୈଠକରେ ଲାଞ୍ଚ କାରବାର ଉପରେ ବିଜେପି ସଭ୍ୟମାନେ ପ୍ରଶ୍ନ କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଯୋଗ ଦେଇଥିବା ଅର୍ଥମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ କହିବା ସହିତ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କୁ ତାଗିତ କରିଥିଲେ।

ଏହି ବୈଠକରେ ପରିବହନ ମନ୍ତ୍ରୀ ତଥା ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ତୁରନ୍ତ ଉନ୍ନୟନ ପ୍ରକଳ୍ପଗୁଡିକର ସମୀକ୍ଷା କରି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ମତ୍ସ୍ୟ ଓ ପଶୁ ସମ୍ପଦ, କୃଷି , ଗ୍ରାମ୍ୟ ଜଳଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details