ସୁବର୍ଣ୍ଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଡୁଙ୍ଗୁରୀପାଲି ଥାନା ଅନ୍ତର୍ଗତ ରାଏପାଲି ଗାଁରେ।
ସୂଚନା ମୁତାବକ,18 ବର୍ଷ ବୟସର ଅଭିମନ୍ୟୁ ବାଘ ନିଜ ଘରର ଲୁହା କବାଟ ଉପରେ ଯାଇଥିବା ବିଦ୍ୟୁତ ତାର ଝୁଲିକି ଥିବା ସତ୍ତ୍ୱେ କବାଟକୁ ବନ୍ଦ କରି ଦେଇଥିଲେ। ତାରଟି ଲୁହା କବାଟରେ ଲାଗି ଥିବାରୁ କବାଟ ବନ୍ଦ କରିବା ଫଳରେ ତାରଟି ଛିଣ୍ଡି ଯାଇଥିଲା । ସେହି କବାଟରେ ତାର ଲାଗି ବିଦ୍ୟୁତ ପ୍ରବାହ ହୋଇଥିଲା। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆଘାତ ହୋଇଥିଲେ।