ଓଡିଶା

odisha

ETV Bharat / state

ଶ୍ରମିକ ବ୍ୟବହାର କରୁ ନାହାନ୍ତି ସୁରକ୍ଷା ଉପକରଣ, ସଚେତନତା ପାଇଁ ଦାବି - ସୁବର୍ଣ୍ଣପୁର ଜିଲ୍ଲା

ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ସୁରକ୍ଷା ଉପକରଣ ଯୋଗାଇ ଦେଉଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରମିକ ମାନେ କାର୍ଯ୍ୟ କ୍ଷେତ୍ରରେ କୌଣସି ସୁରକ୍ଷା ଉପକରଣ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି । ଏନେଇ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହେଉଛି । ଅଧିକ ପଢନ୍ତୁ...

Workers are not using safety equipment, Demands for awareness
ଶ୍ରମିକ ବ୍ୟବହାର କରୁ ନାହାନ୍ତି ସୁରକ୍ଷା ଉପକରଣ, ସଚେତନତା ପାଇଁ ଦାବି

By

Published : Oct 7, 2020, 8:27 AM IST

ସୁବର୍ଣ୍ଣପୁର: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ସେମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି । ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରମିକ ମାନେ କାର୍ଯ୍ୟ କ୍ଷେତ୍ରରେ କୌଣସି ସୁରକ୍ଷା ଉପକରଣ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଦାବି ହେଉଛି।

ଶ୍ରମିକ ବ୍ୟବହାର କରୁ ନାହାନ୍ତି ସୁରକ୍ଷା ଉପକରଣ, ସଚେତନତା ପାଇଁ ଦାବି

ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉଛି । ହେଲେ ଶ୍ରମିକ ମାନଙ୍କ ଭିତରେ ସଚେତନତା ଅଭାବରୁ ଶ୍ରମିକ ମାନେ ସୁରକ୍ଷା ଉପକରଣ ବ୍ୟବହାର ନ କରି ବିପଦ ସଂକୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ବିଶେଷକରି ଅନେକ ସରକାରୀ କାର୍ଯ୍ୟରେ ଅନେକ କୁଶଳୀ ଶ୍ରମିକମାନେ ବିଭିନ୍ନ ପ୍ରକାରର ମେସିନ ଚଳାଉଛନ୍ତି । ହେଲେ ସୁରକ୍ଷା ଉପକରଣ ପିନ୍ଧୁ ନ ଥିବାରୁ ଅନେକ ସମୟରେ ଶ୍ରମିକ ମାନେ ବହୁ ଦୁର୍ଘଟଣାର ଶିକାର ହୋଇ ଖର୍ଚ୍ଚରେ ପଡୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details