ଓଡିଶା

odisha

ETV Bharat / state

ବେଆଇନ ମଦ ବିକ୍ରିକୁ ବିରୋଧ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ମହିଳା - business

ସହରର ମଦ ଭାଟିରୁ ଖୁଚୁରା ବେପାରୀମାନେ ମଦ ଆଣି ବେଆଇନ ଭାବେ ଖଦାଲପଡାରେ ବିକ୍ରି କରୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଉତ୍ତ୍ୟକ୍ତ ମହିଳା ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 7, 2019, 8:36 AM IST

ସୁବର୍ଣ୍ଣପୁର: ସହରରେ ବେଆଇନ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ନେଇ ଜିଲ୍ଲାପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଖଦାଲପଡାର ମହିଳାମାନେ । ସହରର ମଦ ଭାଟିରୁ ଖୁଚୁରା ବେପାରୀମାନେ ମଦ ଆଣି ବେଆଇନ ଭାବେ ଖଦାଲପଡାରେ ବିକ୍ରି କରୁଥିବା ଅଭିଯୋଗ କରୁଛନ୍ତି । ମହିଳାମାନେ ଅନେକ ସମୟରେ ଏନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହିକ୍ରମରେ ଶୁକ୍ରବାର ମହିଳାମାନେ ବେଆଇନ ମଦ ଜବତ କରି ପୋଲିସର ଜିମା ଦେଇଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରିଛନ୍ତି । ସେପଟେ ପୋଲିସର ନୀରବତା ଯୋଗୁଁ ମହିଳାମାନେ ଏକତ୍ରିତ ହୋଇ ଆଜି ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ଖୁଚୁରା ମଦ ବିକ୍ରି ନେଇ ଭାଟି ମାଲିକ ସହିତ ପାଟି ତୁଣ୍ଡ କରିଥିଲେ । ଘଟଣାର ଖବର ପାଇ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ମହିଳାଙ୍କୁ ବୁଝାସୁଝା କରିଥିଲେ ।

ତେବେ ସହରରେ ବୃଦ୍ଧି ପାଉଥିବା ଏହି ବେଆଇନ ମଦ କାରବାରକୁ ନେଇ ମହିଳାମାନେ ପୋଲିସକୁ ଦାୟୀ କରିଛନ୍ତି । ଏହା ପରେ ଉତ୍ତ୍ୟକ୍ତ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଆନ୍ଦୋଳନରତ ମହିଳାମାନେ ମଦ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ତୁରନ୍ତ ଏହି ବେଆଇନ ବେପାରକୁ ବନ୍ଦ କରାନଗଲେ ଆନ୍ଦୋଳନ ଭୟାବହ ହେବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details