ଓଡିଶା

odisha

ETV Bharat / state

ଖରିଫ ଋତୁରେ ଜଳସେଚନକୁ ବିଶେଷ ଗୁରୁତ୍ବ

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ 1 ଲକ୍ଷ 21 ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଜଳସେଚନକୁ ବିଶେଷ ଗୁରୁତ୍ବ ଦେବା ସହିତ ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ଅଧିକରୁ ଅଧିକ ଅର୍ଥନୈତିକ ଚାଷ କରିବାକୁ ଗୁରୁତ୍ବ ଦିଆଯାଇଛି ।

By

Published : Jun 19, 2019, 11:40 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ଖରିଫ ଋତୁରେ 1 ଲକ୍ଷ 21 ହଜାର ହେକ୍ଟର ଜମିରେ ଧାନ ଚାଷ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି 1 ହଜାର 9 ଶହ ହେକ୍ଟର ଜମିରେ ତୈଳବୀଜ , 4 ହଜାର 450 ହେକ୍ଟରରେ ପନିପରିବା ଓ 4 ହଜାର 380 ହେକ୍ଟର ଚାଷଜମିରେ ଡାଲି ଜାତୀୟ ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଯୋଜନା କରିଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ବିଶେଷ କରି ଜଳସେଚନକୁ ବିଶେଷ ଗୁରୁତ୍ବ ଦେବା ସହିତ ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ଅଧିକରୁ ଅଧିକ ଅର୍ଥନୈତିକ ଚାଷ କରିବାକୁ ଗୁରୁତ୍ବ ଦିଆଯାଇଛି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ ବୈଠକରେ ଜିଲ୍ଲା କୃଷି ବିଭାଗ ତରଫରୁ କୃଷି ଯୋଜନା ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମଧୂସୂଦନ ମିଶ୍ର ଯୋଗଦେଇ ମରୁଡି ଓ ରୋଗ ପୋକ ଉପରେ ଜିଲ୍ଲା କୃଷି ବିଭାଗ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସ୍ବଳ୍ପ ବୃଷ୍ଟିପାତ ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚାଷୀମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ କୃଷି କର୍ମଚାରୀ ଓ କୃଷି ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଏହି ବୈଠକରେ ଚଳିତ ଖରିଫ ଋତୁ ଚାଷ ପାଇଁ ସ୍ବତନ୍ତ୍ର କାର୍ଯ୍ୟ ଖସଡାକୁ ବିଶଦ ଆଲୋଚନା କରିବା ପରେ ଅନୁମୋଦନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details