ସୁବର୍ଣ୍ଣପୁର: ସାରା ବିଶ୍ୱ ଏବେ କୋରୋନା ମହାମାରୀର ଶିକାରରେ ଛଟପଟ ହେଉଛନ୍ତି । ଏଭଳିସ୍ଥିତିରେ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ସମଗ୍ର ଦେଶ ଏବଂ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରିଛନ୍ତି ସରକାର । କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିଛି ଜନ ସମାଜ ଓ ପଶୁପକ୍ଷୀଙ୍କ ଉପରେ । ଲକ୍ଡାଉନ ଘୋଷଣା ହେବା ପରେ ଜନସାଧାରଣ ଘରେ ରହିବାକୁ ଉଚିତ ମନେ କରୁଥିବା ବେଳେ ହୋଟେଲ, ରେଷ୍ଟୁରାଣ୍ଟ, ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ଫଳରେ ପଶୁପକ୍ଷୀମାନେ ଖାଦ୍ୟ ନ ପାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ମାଙ୍କଡ଼ଙ୍କୁ ଖାଦ୍ୟ ଖୁଆଇଲେ ସ୍ବେଚ୍ଛାସେବୀ - ସୁବର୍ଣ୍ଣପୁର ସ୍ବେଚ୍ଛାସେବୀ
ଦେଶରେ ଲକ୍ଡାଉନ୍ ଘୋଷଣା ହେବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ଜନ ସମାଜ ଓ ପଶୁପକ୍ଷୀଙ୍କ ଉପରେ । ଖାଦ୍ୟ ନ ପାଇ ଭୋକରେ ଛଟପଟ ହେଉଥିବା ବେଳେ 20ଟି ମାଙ୍କଡ଼ଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ ସୁବର୍ଣ୍ଣପୁରର କିଛି ସ୍ବେଚ୍ଛାସେବୀ । ଅଧିକ ପଢନ୍ତୁ...
ମାଙ୍କଡ଼ଙ୍କୁ ଖାଦ୍ୟ ଖୁଆଇଲେ ସ୍ବେଚ୍ଛାସେବୀ
କିନ୍ତୁ ଏଭଳି ସ୍ଥିତିରେ ମାନବିକତା ଦେଖାଇଛନ୍ତି ସୁବର୍ଣ୍ଣପୁର ସହରର କିଛି ସ୍ବେଚ୍ଛାସେବୀ । ତେବେ ଶନିବାର ଦୁଇ ଜଣ ସ୍ବେଚ୍ଛାସେବୀ ପ୍ରାୟ 20ଟି ମାଙ୍କଡ଼ଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ । ଆଉ ସେମାନେ ମଧ୍ୟ ବେଶ ଉତ୍ସାହର ସହିତ ବିସ୍କୁଟ ଖାଉଥିବା ଦେଖିବାକୁ ମିଳିଥିଲା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ