ସୁବର୍ଣ୍ଣପୁର: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଏକା ସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂମ୍ପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ ଆଜି ଏକକାଳୀନ ଭାବେ ସୋନପୁର ସହର ଶାନ୍ତି ନଗର ପଡାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଞ୍ଜ ଅଫିସରେ ଚଢାଉ କରିଛନ୍ତି ।
ବିନିକା ରେଞ୍ଜର ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ - ଭିଜିଲାନ୍ସ ରେଡ୍
ସୁବର୍ଣ୍ଣପୁର ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ ବିନିକା ବନ ବିଭାଗ କାର୍ଯ୍ୟାଳୟରେ ଏକା ସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସଂମ୍ପତି ଠୁଳ ଅଭିଯୋଗରେ ଚଢାଉ । ଅଧିକ ପଢନ୍ତୁ...

ବିନିକା ରେଞ୍ଜର ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍
ବିନିକା ରେଞ୍ଜର ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍
ଘରୁ କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡିର କାଗଜପତ୍ର ତଥା ନଗଦ ଟଙ୍କା ଜବତ କରିଥିବା ବେଳେ ସୁବର୍ଣ୍ଣପୁର ସହରରେ ଥିବା ଘର ଦୁଇଟିର ମୂଲ୍ୟ ଜାଣିବାକୁ ଏକ ବୈଷୟିକ ଟିମର ସାହାଯ୍ୟ ନେଇଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ