ଓଡିଶା

odisha

ETV Bharat / state

ଭିଜିଲାନ୍ସ ପଞ୍ଝାରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ

ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଭିଜିଲାନ୍ସ ଦ୍ଵାରା ଗିରଫ । ସହୀଦ ହକ୍ ନାମକ ଜଣେ ବ୍ୟକ୍ତିଙ୍କଠାରୁ 15 ହାଜର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଜିଲାନ୍ସ ହାତରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ
ଜିଲାନ୍ସ ହାତରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ

By

Published : Dec 31, 2020, 5:44 PM IST

ସୁନ୍ଦରଗଡ: ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଭିଜିଲାନ୍ସ ଦ୍ଵାରା ଗିରଫ । ସହୀଦ ହକ୍ ନାମକ ଜଣେ ବ୍ୟକ୍ତିଙ୍କଠାରୁ 15 ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗୋଟିଏ ବକେୟା ବିଲ ପାସ କରିବା ପାଇଁ ସେ ଏହି ଟଙ୍କା ନେଉଥିଲେ ।

ଜିଲାନ୍ସ ହାତରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ

ସହୀଦ ହକ୍ ଏକ କପଡା ବ୍ୟବସାୟୀ ଥିଲା । ସେ ସୁନ୍ଦରଗଡ ପୌରପାଳିକାକୁ ଗତ 3 ବର୍ଷ ପୂର୍ବେ କିଛି ଡ୍ରେସ ଯୋଗାଇଥିଲେ ମାତ୍ର ତାଙ୍କୁ ଟଙ୍କା ମିଳି ନ ଥିଲା। ସହୀଦ ହକଙ୍କ ଘର ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ବାରମ୍ବାର ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ଦୌଡିଦୌଡି କରି ହଇରାଣ ହେବା ପରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ସେ ନେଇ ସେ ଝାରସୁଗୁଡା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଆଜି ରାଉରକେଲା, ଦେବଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ଭିଜିଲାନ୍ସ ମିଳିତ ଭାବେ ଚଢାଉ କରି ସମ୍ପୃକ୍ତ ଅଭିଯୁକ୍ତ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛନ୍ତି।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details