ଓଡିଶା

odisha

ETV Bharat / state

କାଳ ହେଲା ଅଦିନିଆ ବର୍ଷା; ପନିପରିବା ନଷ୍ଟ

ଗତ ପାଞ୍ଚଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହୁଛି । ପ୍ରତିଦିନ ଦୁଇ ତିନି ଘଣ୍ଟା ଧରି ପ୍ରବଳ ବର୍ଷା ହେଉଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

କାଳ ହେଲା ଅଦିନିଆ ବର୍ଷା; ପନିପରିବା ନଷ୍ଟ
କାଳ ହେଲା ଅଦିନିଆ ବର୍ଷା; ପନିପରିବା ନଷ୍ଟ

By

Published : Mar 8, 2020, 1:45 AM IST

Updated : Mar 8, 2020, 3:10 AM IST

ସୁବର୍ଣ୍ଣପୁର: ଗତ ପାଞ୍ଚଦିନ ହେଲା ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହୁଛି । ପ୍ରତିଦିନ ଦୁଇ ତିନି ଘଣ୍ଟା ଧରି ପ୍ରବଳ ବର୍ଷା ହେଉଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ ହୋଇଥିବା ପନିପରିବା ନଷ୍ଟ ହୋଇ ଗଲାଣି ।

କାଳ ହେଲା ଅଦିନିଆ ବର୍ଷା; ପନିପରିବା ନଷ୍ଟ

ଫୁଲକୋବି, ଟମାଟୋ, ବାଇଗଣ , ଲଙ୍କା ,ବନ୍ଧାକୋବି ,କାକୁଡି ,ଭେଣ୍ଡି ଓ ମକା ଆଦି ଫସଲରେ ବେଶ କ୍ଷୟକ୍ଷତି ହୋଇଛି । ପହିଲି ବସନ୍ତରେ ପନିପରିବା ଚାଷୀ ବେଶ ଦୁଇ ପଇସା ରୋଜଗାର କରିବାର ଆଶା କରିଥିଲେ । ହେଲେ ଫେବୃଆରୀ ଶେଷ ସପ୍ତାହରେ ଅଦିନିଆ ବର୍ଷାରେ ପନିପରିବା ମାଡ଼ ଖାଇଥିବା ବେଳେ ଏଥର ପାଞ୍ଚ ଦିନର ବର୍ଷାରେ ବ୍ୟାପକ ପରିମାଣରେ କ୍ଷତି ହୋଇଛି ।

ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ଦେବାକୁ ପନିପରିବା ଚାଷୀମାନେ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 8, 2020, 3:10 AM IST

ABOUT THE AUTHOR

...view details