ଓଡିଶା

odisha

ETV Bharat / state

Bank Strike: ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ବିକ୍ଷୋଭ କଲେ କର୍ମଚାରୀ - ସୁବର୍ଣ୍ଣପୁରରେ ବ୍ୟାଙ୍କ ବନ୍ଦ

ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନୀତିକୁ ପ୍ରତିବାଦ କରି ସୁବର୍ଣ୍ଣପୁରରେ ୨ଦିନିଆ ବ୍ୟାଙ୍କ ଧର୍ମଘଟ (bank strike in Subarnapur )। ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ୨ଦିନିଆ ବ୍ୟାଙ୍କ ଧର୍ମଘଟ
ସୁବର୍ଣ୍ଣପୁରରେ ୨ଦିନିଆ ବ୍ୟାଙ୍କ ଧର୍ମଘଟ

By

Published : Dec 16, 2021, 1:35 PM IST

ସୁବର୍ଣ୍ଣପୁର:ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନୀତିକୁ ବିରୋଧ କରି ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ (bank strike in Subarnapur ) । ସମସ୍ତ ଜାତୀୟ କରଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ କର୍ମଚାରୀ(bank employees )ନ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନୀତିକୁ ପ୍ରତିବାଦ କରିବା ସହିତ ଆଗାମୀ ଦିନରେ ସଂସଦରେ ପାରିତ ହେବାକୁ ଥିବା ବ୍ୟାଙ୍କ ସଂସ୍କାର ଆଇନର ବିରୋଧ କରିଛନ୍ତି କର୍ମଚାରୀ ।

ସୁବର୍ଣ୍ଣପୁରରେ ୨ଦିନିଆ ବ୍ୟାଙ୍କ ଧର୍ମଘଟ

ତେବେ ଆଜି ବ୍ୟାଙ୍କ ବନ୍ଦ ହୋଇଥିବାରୁ ଗାଁ ଗହଳିରୁ ଆସିଥିବା ହିତାଧିକାରୀ ଓ ଗ୍ରାହକମାନେ ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା । ସହରରେ ପ୍ରାୟ 14 ଗୋଟି ବ୍ୟାଙ୍କ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଆର୍ଥିକ ନେଣଦେଣରେ ସମସ୍ୟା ଦେଖା ଦେଇଛି । ବିଶେଷକରି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଏବେ ପ୍ରତିଦିନ ହଜାର ହଜାର କୃଷକ ଋଣ ପରିଶୋଧ ଓ ନିଜ ଉତ୍ପାଦିତ ଶସ୍ୟର ମୂଲ୍ୟ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ବ୍ୟାଙ୍କ ଧର୍ମଘଟ ଯୋଗୁଁ ଚାଷୀମାନେ ବେଶ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ଓ ସଂସ୍କାର ଆଇନର ପ୍ରତିବାଦ କରୁଥିବା ବେଳେ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details