ଓଡିଶା

odisha

ETV Bharat / state

ସୁଧାର ଗୃହରୁ 3 ଅନ୍ତେବାସୀ ଫେରାର

ସୁବର୍ଣ୍ଣପୁର ଜିଳ୍ଲା ବୀରମହାରାଜପୁର ଠାରେ ଥିବା ସ୍ୱଧାର ଗୃହରୁ ୩ ଜଣ ଅନ୍ତେବାସୀ ଫେରାର ମାରିଛନ୍ତି । ଅଧିକ ପଢନ୍ତୁ...

By

Published : May 24, 2021, 6:10 AM IST

ସୁଧାର ଗୃହରୁ ତିନି ଜଣ ଅନ୍ତେବାସୀ ଫେରାର
ସୁଧାର ଗୃହରୁ ତିନି ଜଣ ଅନ୍ତେବାସୀ ଫେରାର

ସୁବର୍ଣ୍ଣପୁର: ଜିଳ୍ଲା ବୀରମହାରାଜପୁର ଠାରେ ଥିବା ସ୍ୱଧାର ଗୃହରୁ ୩ ଜଣ ଅନ୍ତେବାସୀ ଫେରାର ମାରିଛନ୍ତି । ସୂଚନା ଅନୁସାରେ ସ୍ବଧାର ଗୃହରେ ଥିବା ଅନ୍ତେବାସୀଙ୍କ ଭିତରୁ ଗତ ୨ ବର୍ଷରୁ ଅଧିକ ହେଲା ସ୍ୱଧାରରେ ରହୁଥିବା ଝାରସୁଗୁଡା ଅଞ୍ଚଳର ଗୋଟିଏ ମା ଓ ଝିଅ ସହିତ ଗତ ଏପ୍ରିଲ ମାସ ୨୬ ତାରିଖରେ ସ୍ବଧାରକୁ ଆସିଥିବା ବିନକା ଥାନା ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଫେରାର ମାରିଛନ୍ତି ।

ସୁଧାର ଗୃହରୁ ତିନି ଜଣ ଅନ୍ତେବାସୀ ଫେରାର

ପ୍ରଚଣ୍ଡ ଖରାର ସୁଯୋଗ ନେଇ ଦିନ ପ୍ରାୟ ୩ ଟା ପରେ ସ୍ୱଧାର ଗୃହରେ କୋଠରି ମଧ୍ୟରେ ଥିବା ଅନ୍ତେବାସୀମାନେ ଶୋଇଥିବା ବେଳେ ଅନ୍ୟ ଅନ୍ତେବାସୀମାନଙ୍କ ପାଖରେ ଥିବା ଗଛିତ ଟଙ୍କା ଚୋରି କରି ଫେରାର ମାରିଥିବା ଅଭିଯୋଗ ହୋଇଛି। ଏନେଇ ସୁପରିଟେଣ୍ଡେଣ୍ଟ ଭାଗ୍ୟଲଷ୍ମୀ ସାହୁ ଫୋନ ଯୋଗେ ବୀରମହାରାଜପୁର ଥାନାକୁ ଖବର କରିଥିବା ଜଣାଇଛନ୍ତି ।

ଦୁଇ ଜଣ ମହିଳାଙ୍କ ସମେତ ଜଣେ ଛୋଟ ଶିଶୁ ଥିବା ସେ କହିଛନ୍ତି । ତେବେ କେଉଁ କାରଣରୁ ସେମାନେ ପଳାଇଛନ୍ତି ତାହା ଜଣା ପଡିନାହିଁ । ସ୍ବଧାର ଗୃହର କଡା ସୁରକ୍ଷା ଭିତରୁ କିଭଳି ଭାବେ ଆନ୍ତେବାସୀମାନେ ଫେରାର ମାରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ସ୍ୱଧାର ଗୃହକୁ ଯୁବ ଜ୍ୟୋତି ଯୁବକ ସଂଘ ପରିଚାଳନା କରୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details