ସୁବର୍ଣ୍ଣପୁର:ନିଆରା ଢଙ୍ଗରେ ନିଜର 19 ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ସୁବର୍ଣ୍ଣପୁର ସହରର ଢେରାପଡ଼ାର ରାଓ ଦମ୍ପତି । ଆଜିର ଏହି ଆଧୁନିକ ଯୁଗରେ ଆମ ଯୁବ ସମାଜ ବିବାହ ବାର୍ଷିକୀରେ କିଏ କେକ୍ କାଟି ପାର୍ଟି ମନାଉଛନ୍ତି ତ ଆଉ କିଏ ଘରେ ରହି ପରିବାର ସହ ମିଶି ପାଳନ କରୁଛନ୍ତି ବିବାହ ବାର୍ଷିକୀ ।
କିନ୍ତୁ ଏହି ଯୁବ ସମାଜ ଭିତରୁ ଯୁବ ସମାଜସେବୀ ତଥା ଯୁବ ବ୍ୟବସାୟୀ ବି. ସତ୍ୟ ନାରାୟଣ ରାଓ ଓ ତାଙ୍କ ଧର୍ମପତ୍ନୀ ବି.ଶୁଭଦ୍ରା ଏକ ନିଆରା ଢଙ୍ଗରେ ନିଜର ବିବାହ ବାର୍ଷିକୀ ପାଳନ କରିଛନ୍ତି । ନିଜର ଏହି ଖାସ୍ ଦିନରେ ସହରର ଉପକଣ୍ଠରେ ଥିବା କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବିବାହ ବାର୍ଷିକୀ ପାଳନ କରିଛନ୍ତି ।