ଓଡିଶା

odisha

ETV Bharat / state

ଦେବୋତ୍ତର ଜମି ଜବରଦଖଲ ମାମଲା, 28 ଦିନରେ ସମାଧାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - temple land dispute

ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଜମିକୁ ଜିଲ୍ଲା ପ୍ରଶାସନ ଜବରଦଖଲ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । 28 ଦିନ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଦେବୋତ୍ତର ଜମି ଜବରଦଖଲ ମାମଲା, 28 ଦିନ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଦେବୋତ୍ତର ଜମି ଜବରଦଖଲ ମାମଲା, 28 ଦିନ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

By

Published : Apr 13, 2021, 10:16 PM IST

ସୁବର୍ଣ୍ଣପୁର: ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଜମିକୁ ଜିଲ୍ଲା ପ୍ରଶାସନ ଜବରଦଖଲ କରି ପାର୍କ ନିର୍ମାଣ କରିଥିବାବେଳେ ଏହା ବିରୋଧରେ ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାକୁ 28 ଦିନ ମଧ୍ୟରେ ସମାଧାନ କରିବାକୁ ଦେବୋତ୍ତର କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଦେବୋତ୍ତର ଜମି ଜବରଦଖଲ ମାମଲା, 28 ଦିନ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଘଟଣା ଅନୁସାରେ ସୁବର୍ଣ୍ଣମେରୁ ବାବାଙ୍କ ୬ ଏକର ଜମିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୪ ମସିହାରୁ ଏକ ପାର୍କ ନିର୍ମାଣ କରାଯାଇଛି । ମହାପ୍ରଭୁଙ୍କ ଏହି ଜମିକୁ ଚାଷ କରି ତାଙ୍କ ପୂଜା କରାଯାଉଥିଲା । କିନ୍ତୁ ପାର୍କ ନିର୍ମାଣ ହେବା ଫଳରେ ସେବାୟତମାନେ ପୂଜା ଖର୍ଚ୍ଚରୁ ବଞ୍ଚିତ ହେଲେ । ଏହାକୁ ନେଇ ୨୦୧୪ ମସିହାରେ ସେବାୟତ ଗିରିଗୋବର୍ଦ୍ଧନ ଥନାପତି ଓ ଅନ୍ୟମାନେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାନ୍ୟବର ହାଇକୋର୍ଟ ଏହାକୁ ଗୁରୁତ୍ୱ ସହ ନେଇ 28 ଦିନ ଭିତରେ ଏହାର ସମାଧାନ କରିବାକୁ ଦେବୋତ୍ତର କମିଶନରକୁ କହିଥିଲେ।

ତେବେ ଜିଲ୍ଲା ପ୍ରଶାସନ ଓ ସୋନପୁର ଦେବୋତ୍ତର ବିଭାଗକୁ ପକ୍ଷଭୁକ୍ତ କରି ସେବାୟତଙ୍କ ସପକ୍ଷରେ ରାୟ ଦେଇଛନ୍ତି ଦେବୋତ୍ତର କମିଶନର । ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ଜମି ବାବଦକୁ ବାର୍ଷିକ ୬ ଲକ୍ଷ ମହାପ୍ରଭୁଙ୍କ ନାମରେ ଏକ ଜମା ଖାତା ଖୋଲି ଜମା କରିବାକୁ ଜିଲ୍ଲା ପ୍ରଶାସନକୁ ଦେବୋତ୍ତର କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେବାୟତଙ୍କ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ସେବାୟତ ଓ ତାଙ୍କ ଓକିଲ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details