ଓଡିଶା

odisha

ETV Bharat / state

ସୋନପୁର ଗଡଜାତରେ ଦେବୀ ମା’ ଦୁର୍ଗାଙ୍କ ତନ୍ତ୍ର ଆରଧନା - ନବରାତ୍ରୀ ପୂଜା

ସାରା ଦେଶରେ ଆଶ୍ବିନ ମାସରେ ଶକ୍ତି ଆରଧନା କରାଯାଉଥିବା ବେଳେ ସୁବର୍ଣ୍ଣପୁର ସହରରେ ତାନ୍ତ୍ରୀକ ପଦ୍ଧତିରେ ଦେବୀ ଆରାଧନା କରାଯାଇଥାଏ । ଅଧିକ ପଢନ୍ତୁ

ସୋନପୁର ଗଡଜାତରେ ଦେବୀ ମା ଦୁର୍ଗାଙ୍କ ତନ୍ତ୍ର ଆରାଧନା
ସୋନପୁର ଗଡଜାତରେ ଦେବୀ ମା ଦୁର୍ଗାଙ୍କ ତନ୍ତ୍ର ଆରାଧନା

By

Published : Oct 3, 2022, 10:02 AM IST

ସୁବର୍ଣ୍ଣପୁର: ଧରାଧାମକୁ ଓହ୍ଲାଇଛନ୍ତି ଜଗତଜନନୀ ମା'ଦୁର୍ଗା । ସାରା ଦେଶରେ ଆଶ୍ବିନ ମାସରେ ଶକ୍ତି ଆରଧନା କରାଯାଉଥିବା ବେଳେ ସୁବର୍ଣ୍ଣପୁର ସହରରେ ତାନ୍ତ୍ରୀକ ପଦ୍ଧତିରେ ଦେବୀ ଆରାଧନା କରାଯାଇଥାଏ । ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦେବୀଙ୍କୁ ସନ୍ତୁଷ୍ଟ କରିବା ପରମ୍ପରା ଆଜି ବି ଅତୁଟ ରହିଛି ।

ସୋନପୁର ଗଡଜାତରେ ଦେବୀ ମା ଦୁର୍ଗାଙ୍କ ତନ୍ତ୍ର ଆରାଧନା

ବିଶେଷକରି ରାଜା ରାଜୁଡା ଅମଳରୁ ରାଜ ପୁରୋହିତଙ୍କ ବାସଭବନରୁ ଦେବୀ ମା’ କନକ ଦୁର୍ଗା ସମଲେଇ ମନ୍ଦିର ବିଜେ କରିଛନ୍ତି । କନକ ଦୁର୍ଗା, କାଳୀ ଓ ଦେବୀ ଭୂବନେଶ୍ବରୀଙ୍କୁ ରାଜ ପୁରୋହିତ ତାନ୍ତ୍ରୀକ ପଦ୍ଧତିରେ ପୂଜା ଆରଧନା କରିଥାନ୍ତି । ଏହି ଆରଧନାରେ ଅନେକ ରହସ୍ୟମୟ ମନ୍ତ୍ର ଓ ଯନ୍ତ୍ରର ପ୍ରୟୋଗ ହୋଇଥାଏ ଯାହା ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ । ଚମ୍ପା ଦଶମା, ବଟୁକ ଭୈରବ ଆଦି ମନ୍ତ୍ର ସାଙ୍ଗକୁ ଭୁବନେଶ୍ବରୀ ଯନ୍ତ୍ର ଓ ମହାଯନ୍ତ୍ର ଆଦିର ପ୍ରୟୋଗ ଦେଖିବାକୁ ମିଳେ । ଉଡ୍ଡିୟାନ ତନ୍ତ୍ରପୀଠର ଲଙ୍କା ତନ୍ତ୍ର ପୀଠ ଭାବେ ପରିଚିତ ସୋନପୁର ଗଡଜାତ ଆଜିର ସୁବର୍ଣ୍ଣପୁରରେ ପ୍ରାୟ ସପ୍ତମ ଶତାଦ୍ଦୀରୁ ଏହି ଅଞ୍ଚଳରେ ତନ୍ତ୍ର ଆରାଧନା କରାଯାଉଥିବା ଐତିହାସିକ ପ୍ରମାଣ ମିଳେ ।

ଏହା ମଧ୍ୟ ପଢନ୍ତୁ:ଜୟଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମାଆ ସୁରେଶ୍ୱରୀ

ତେବେ ଦେବୀ ତାନ୍ତ୍ରୀକ ପଦ୍ଧତିରେ ଦେବୀ ଦୁର୍ଗାଙ୍କ ଆରାଧନା କରାଯାଉଥିବା ବେଳେ ଐତିହାସିକ ବଳୀଯାତ୍ରାରେ ବିନା ରକ୍ତପାତରେ ଦେବୀଙ୍କୁ ଆବାହନ କରାଯାଏ । ବଳୀଯାତ୍ରାରେ ତାନ୍ତ୍ରୀକ ପଦ୍ଧତିରେ ଅରୁଆ ଚାଉଳ ଉପରେ ଉପବିଷ୍ଟ ଯନ୍ତ୍ରାଋଢ ବଳୀ ଉପରେ ମନ୍ତ୍ରପୂତ ଅରୁଆ ଚାଉଳର ବର୍ଷାରେ ଦେବୀଙ୍କ ଆବିର୍ଭାବ ହୋଇଥାଏ । ତେବେ ତନ୍ତ୍ରର ପ୍ରୟୋଗ ଶାଳା ଭାବେ ପରିଚିତ ସୋନପୁର ଗଡଜାତ ଚୌହାନ ଶାସନ ଅମଳରେ ତନ୍ତ୍ରର ପ୍ରୟୋଗର ପୃଷ୍ଟପୋଷକତା ଲାଭ କରିଥିଲା । ଯାହା ଆଜି ବି ମଳିନ ପଡିନାହିଁ । ତନ୍ତ୍ର ପଦ୍ଧତିରେ ଦେବୀ ଦୁର୍ଗାଙ୍କ ଆରାଧନା ବିଶ୍ବର ମଙ୍ଗଳ ପାଇଁ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଏନେଇ ଲୋକ ସଂସ୍କୃତି ଗବେଷକ ଶ୍ୟାମା ଓଁ ପ୍ରସାଦ ମିଶ୍ର କହିଛନ୍ତି ଯେ," ସାରା ଭାରତ ବର୍ଷରେ ନବରାତ୍ରୀ ପୂଜା ପାଳନ କରାଯାଉଛି । 9 ଦିନ ବ୍ୟାପୀ ମାଙ୍କ ନିକଟରେ ତନ୍ତ୍ର ପୂଜା କରାଯାଇଥାଏ । କିନ୍ତୁ ସୋନପୁରର ଏହି ତନ୍ତ୍ର ପୂଜା ନିଆରା ଅଟେ । ମା'ଙ୍କ ପାଖେ ଆବାହନ କାଳରୁ ଏହି ପୂଜା କରାଯାଉଛି । ଏଠାରେ କେବଳ ତନ୍ତ୍ର ପୂଜା ନୁହେଁ ତନ୍ତ୍ର ମନ୍ତ୍ର ଏବଂ ଜନ୍ତ୍ର ପୂଜା କରାଯାଇଥାଏ । ଆଜି ମା’ କନକ ଦୁର୍ଗା ଆଜି ସମଲେଇ ମନ୍ଦିର କରିବେ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details