ଓଡିଶା

odisha

ETV Bharat / state

ଟ୍ରକ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତ ଫେରାର

ଢାବାରେ ଖାଉଥିବା ବେଳେ ଟ୍ରକ ଡ୍ରାଇଭରକୁ ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟା କରି ଫେରାର ଅଭିଯୁକ୍ତ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ସଦର ଥାନା ଶରଧାପାଲି ଅଞ୍ଚଳରେ ।

ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

By

Published : Aug 23, 2019, 6:36 AM IST

ସୁବର୍ଣ୍ଣପୁର: ସଦର ଥାନା ଶରଧାପାଲି ଜଘନ୍ୟ ହତ୍ୟାକାଣ୍ଡ । ଟ୍ରକ ଢ୍ରାଇଭରକୁ ହତ୍ୟାକରି ଫେରାର ଦୁର୍ବତ୍ତ । ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ ଜାମଛାପର ଗାଁର ଯଦୁମଣି ଭୋଇ । ଯଦୁମଣି ଢାବାରେ ଖାଉଥିବା ସମୟରେ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ପଛପଟୁ ଆକ୍ରମଣ କରିଥିଲା । ଫଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡିଯାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

ସ୍ଥାନୀୟ ଲୋକେ ମୃତକକୁ ଗୁରୁତର ଭାବେ ଆଣି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରବଳ ରସ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଯଦୁମଣି ସୋନପୁରର ଏକ ରାଇସମିଲରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର କୌଣସି ଏକ କାମରେ ଯାଇ ଘରକୁ ଫେରିବା ସମୟରେ ଶରଧାପାଲି ଢାବାରେ ଖାଉଥିବା ବେଳେ ଘଟିଥିଲା ଏହି ହତ୍ୟାକାଣ୍ଡ ।

ଅନ୍ୟପଟେ ମୃତକର ପରିବାର ଢାବା କର୍ମଚାରୀମାନେ ହିଁ ଯଦୁନାଥକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏନେଇ ସୋନପୁର ଥାନାରେ ଏକ ମାମଲା ଦାୟର କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ABOUT THE AUTHOR

...view details