ଓଡିଶା

odisha

ଅସହାୟ ମହିଳାଙ୍କୁ ସାହା ହେଲେ ଆରକ୍ଷୀ ଅଧିକ୍ଷକ

By

Published : May 16, 2020, 8:26 PM IST

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସହରରେ ପେଟ୍ରୋଲିଂ କରୁଥିବା ସମୟରେ ବୁଢାରଜା ଛକରେ ଅସହାୟ ଅବସ୍ଥାରେ ଭେଟିଥିଲେ । ମହିଳା ଜଣକୁ କିଛି ଖାଇବାକୁ ଦେବା ପରେ ସହରର ସ୍ପିନିଂ ମିଲ ସିକ୍ୟୁରିଟିକୁ ଦାୟିତ୍ବ ଦେଇଥିଲେ । ନିଜ ନାଁ ଗାଁ ପରିବାର ଆଦି ବିଷୟରେ ମହିଳାଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଆଲୋଚନା କରିଥିଲେ। ଅଧିକ ପଢନ୍ତୁ....

superintendent-of-police-to-the-helpless
superintendent-of-police-to-the-helpless

ସୁବର୍ଣ୍ଣପୁର: ସହରରେ ବୁଲୁଥିବା ଜଣେ ମାନସିକ ରୋଗୀ ମହିଳା ନିଜ ଘରକୁ ଫେରିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ସହରରେ ପେଟ୍ରୋଲିଂ କରୁଥିବା ସମୟରେ ବୁଢାରଜା ଛକରେ ଅସହାୟ ଅବସ୍ଥାରେ ଭେଟିଥିଲେ । ମହିଳା ଜଣକୁ କିଛି ଖାଇବାକୁ ଦେବା ପରେ ସହରର ସ୍ପିନିଂ ମିଲ ସିକ୍ୟୁରିଟିକୁ ଦାୟୀତ୍ବ ଦେଇଥିଲେ । ନିଜ ନାଁ ଗାଁ ପରିବାର ଆଦି ବିଷୟରେ ମହିଳାଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଆଲୋଚନା କରିଥିଲେ। ହେଲେ ମହିଳା ଜଣକ କିଛି ଉତ୍ତର ଦେଇ ପାରି ନ ଥିଲେ । ପ୍ରାୟ 4 ଦିନ ପରେ ମହିଳା ଜଣକ ନିଜ ନାଁ , ଗାଁ ଓ ପରିବାର ସଂପର୍କରେ ମନେ ପକାଇ ପାରିଥିଲେ ।

ଅସହାୟକୁ ସାହା ଆରକ୍ଷୀ ଅଧିକ୍ଷକ

ଆରକ୍ଷୀ ଅଧିକ୍ଷକ ମହିଳାଙ୍କ ସବିଶେଷ ସୂଚନା ପାଇବା ପରେ ବରଗଡ ଏସପି ଓ ଭେଡେନ ଥାନା ଆଇଆଇସିଙ୍କୁ ନିଜ କ୍ୟାମେରାରେ ଫଟୋ ଉତ୍ତୋଳନ କରି ଆବଶ୍ୟକ ସୂଚନା ଦେଇଥିଲେ । ବରଗଡ ଏସପି ଓ ଭେଡେନ ଥାନା ଆଇଆଇସି ମହିଳାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ସୁବର୍ଣ୍ଣପୁର ସହରକୁ ପହଂଚି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିବା ପରେ ମହିଳାଙ୍କୁ ନିଜ ଘରକୁ ଫେରେଇ ନେଇଛନ୍ତି ।

ସୂଚନା ଅନୁଯାୟୀ, ମାନସିକ ସ୍ବାସ୍ଥ୍ୟ ଭଲ ରହୁ ନ ଥିବା ମହିଳା ଜଣକ ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗର୍ଭଣା ଗାଁର ସୁରୁବୁଇ ମିଶ୍ର । ସେ ଛତିଶଗଡରେ କୈଳାସ ମିଶ୍ରଙ୍କୁ ବିବାହ କରିଥିଲେ । ହେଲେ ତାଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନ ଥିବାରୁ ଗାଁକୁ ଫେରିଆସି ଭାଇ ସୁଶୀଳ କୁମାର ପାଢୀଙ୍କ ଘରେ ରହୁଥିଲେ। ଅନେକବାର ସେ ଘରୁ ବାହାରକୁ ଆସିଥିଲେ ହେଁ ଘରକୁ ଫେରି ଯାଉଥିଲେ । ହେଲେ ପ୍ରାୟ ବର୍ଷେରୁ ଅଧିକ ହେଲା ସେ ଘରୁଆସି ଆଉ ଘରକୁ ଫେରି ପାରି ନ ଥିଲେ। ସୁରୁବୁଇଙ୍କ ଠିକଣା ପାଇ ତାଙ୍କ ପରିବାର ଲୋକେ ସୁବର୍ଣ୍ଣପୁରକୁ ଆସି ସୁରୁବୁଇଙ୍କୁ ଫେରେଇ ନେବା ସହିତ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକୁ ଧନ୍ୟବାଦ ଦେଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଏପରି କାର୍ଯ୍ୟକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details