ଓଡିଶା

odisha

ETV Bharat / state

ସାନିଟାଇଜ ହେଲା ସୁବର୍ଣ୍ଣପୁର ସହର

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ସହରକୁ ସାନିଟାଇଜ କରାଯାଉଛି । ସଦର ପୌର ପରିଷଦ ଓ ଅଗ୍ନିଶମ ବିଭାଗର ମିଳିତ ପ୍ରୟାସରେ ସହରର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ଯାଏଁ ସାନିଟାଇଜର ସିଞ୍ଚନ କରାଯାଉଛି ।

subarnpur sanitize
ସାନିଟାଇଜ ହେଲା ସୁବର୍ଣ୍ଣପୁର ସହର

By

Published : Apr 3, 2020, 3:11 PM IST

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ସହରକୁ ସାନିଟାଇଜ କରାଯାଉଛି । ସଦର ପୌର ପରିଷଦ ଓ ଅଗ୍ନିଶମ ବିଭାଗର ମିଳିତ ପ୍ରୟାସରେ ସହରର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ଚିକିତ୍ସାଳୟ ଯାଏଁ ସାନିଟାଇଜର ସିଞ୍ଚନ କରାଯାଉଛି ।

ସାନିଟାଇଜ ହେଲା ସୁବର୍ଣ୍ଣପୁର ସହର

ଅଗ୍ନିଶମ ବିଭାଗର ଦମକଳ ଗାଡି ପାଣି ଟାଙ୍କୀରେ ଆନୁପାତିକ ମାତ୍ରାରେ ହାଇଡ୍ରୋକ୍ଲୋରାଇଡ ସୋଲୁସନ ମିଶାଇ ସାନିଟାଇଜ କରାଯାଉଛି । ସେହିପରି ପାଣିରେ ବ୍ଲିଚିଂ ପାଉଡରକୁ ମଧ୍ୟ ମିଶାଇ ବିଭିନ୍ନ ଯାଗାରେ ସିଞ୍ଚନ କରାଯାଉଛି । ପୌର ପରିଷଦ ପକ୍ଷରୁ ସହରକୁ ପରିଷ୍କାର ପରିଛନ୍ନ ରଖିବା ସହିତ ନାଳ ନର୍ଦ୍ଦମା ସଫା କରାଯାଉଛି ।

ସହରବାସୀ ମଧ୍ୟ ସେମାନଙ୍କ ଅଞ୍ଚଳକୁ ସାନିଟାଇଜ କରିବା ପାଇଁ ପୌର ପରିଷଦକୁ ଅନୁରୋଧ କରୁଛନ୍ତି । ପ୍ରତ୍ୟେହ ଏହି ଡିସଇନଫେକସନ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ପୌର ପରିଷଦକୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରାମର୍ଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details