ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଶେଷ ହେଲା ରାବଣ ପୋଡି - ଶେଷ ହେଲା ରାବଣ ପୋଡି

ସୁବର୍ଣ୍ଣପୁର ସହର ବ୍ଲକ ଛକ ଦୁର୍ଗାପୂଜା କମିଟି ପକ୍ଷରୁ ସାଙ୍କେତିକ ଭାବେ ରାବଣ ପୋଡି ଆୟୋଜିତ ହୋଇଯାଇଛି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ  ଶେଷ ହେଲା ରାବଣ ପୋଡି
ସୁବର୍ଣ୍ଣପୁରରେ ଶେଷ ହେଲା ରାବଣ ପୋଡି

By

Published : Oct 26, 2020, 10:48 PM IST

ସୁବର୍ଣ୍ଣପୁର: ସରିଲା ରାବଣ ପୋଡି । ସୁବର୍ଣ୍ଣପୁର ସହର ବ୍ଲକ ଛକ ଦୁର୍ଗାପୂଜା କମିଟି ପକ୍ଷରୁ ସାଙ୍କେତିକ ଭାବେ ରାବଣ ପୋଡି ଆୟୋଜିତ ହୋଇଯାଇଛି।

କୋଭିଡ ଗାଇଡ଼ ଲାଇନ ପାଳନ କରିବା ସହିତ 4 ଫୁଟର ରାବଣକୁ ବଦ୍ଧ କରାଯାଇଛି। ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୂରତା ପାଳନ କରି ବ୍ଲକ ଛକଠାରେ ରାବଣ ଦହନ କରିଥିଲେ।

ସୁବର୍ଣ୍ଣପୁରରେ ଶେଷ ହେଲା ରାବଣ ପୋଡି

କମିଟିର ସଭାପତି ଅରବିନ୍ଦ ବାରିକ ରାବଣର ଶରୀରରେ ଅଗ୍ନି ସଂଯୋଗ କରିଥିଲେ। ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପ୍ରତିବର୍ଷ ବ୍ଲକ ଛକ ପୂଜା କମିଟି ପକ୍ଷରୁ ସ୍ଥାନୀୟ ରୟାଲ ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ସହିତ ରାମ ରାବଣ ଯୁଦ୍ଧର ଅଭିନୟ ପରିବେଷଣ କରାଯାଇଥାଏ। ଏଥର କୋରୋନା କଟକଣା ପାଇଁ ତାହା ସମ୍ଭବ ହୋଇପାରିନାହିଁ । ଏଣୁ ପୂଜା କମିଟିର ସଭାପତି ଆର ବର୍ଷକୁ ଜାକଜମକରେ ରାବଣ ପୋଡ଼ି କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରିଛନ୍ତି।

ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details