ଓଡିଶା

odisha

ETV Bharat / state

ମାତା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବାହାରିଲେ ମହାଦେବ

ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଜଗଜ୍ଜନନୀ ମାତା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବରବେଶରେ ବାହାରିଛନ୍ତି । ସହରର ଭଗବତୀ ପଡାର ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ଦୁର୍ଗାମଣ୍ଡପ ଛକ ,ବଡବଜାର ,ବସଷ୍ଟାଣ୍ଡ ,ଘୋଡାଘାଟପଡା ଓ ଆମ୍ବେଦକର ଛକ ଦେଇ ଶାନ୍ତିନଗରରେ ପହଞ୍ଚିଥିଲେ ।

By

Published : Jun 5, 2019, 11:16 PM IST

ଫଟୋ ସୌଜନ୍ୟ: ପ୍ରତିନିିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଜଗଜ୍ଜନନୀ ମାତା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବରବେଶରେ ବାହାରିଛନ୍ତି । ପାର୍ବତୀ ପାଣି ଗ୍ରହଣ ପାଇଁ ପିତାଙ୍କ ବାସଭବନକୁ ଆସିଛନ୍ତି । ବୁଧବାର ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବର ମାତା ପିତା ଚନ୍ଦ୍ରଶେଖର ମନ୍ଦିରକୁ ପହଞ୍ଚି ବାବାଙ୍କୁ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ସୁବର୍ଣ୍ଣପୁର

ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରିବା ପରେ ବାବା ଚନ୍ଦ୍ରଶେଖର ମାତାପିତାଙ୍କ ବାସଭବନକୁ ଯିବାପାଇଁ ଏକ ସୁସଜ୍ଜିତ ରଥକୁ ପଦାର୍ପଣ କରିଥିଲେ। ସହରର ଭଗବତୀ ପଡାର ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ଦୁର୍ଗାମଣ୍ଡପ ଛକ ,ବଡବଜାର ,ବସଷ୍ଟାଣ୍ଡ ,ଘୋଡାଘାଟପଡା ଓ ଆମ୍ବେଦକର ଛକ ଦେଇ ଶାନ୍ତିନଗରରେ ପହଞ୍ଚିଥିଲେ । ବର ପିତାମାତାଙ୍କ ଦୁଆରରେ ବାବା ଚନ୍ଦ୍ରଶେଖରଙ୍କୁ ବନ୍ଦାପନା କରିବା ସହିତ ଘରକୁ ପିତାମାତା ଓ ବନ୍ଧୁବର୍ଗ ପାଛୋଟି ନେଇଛନ୍ତି ।

ଆସନ୍ତାକାଲି ବାବା ଚନ୍ଦ୍ରଶେଖରଙ୍କ ପକ୍ଷରୁ ମା ପାର୍ବତୀଙ୍କ ପାଇଁ ଅଳଙ୍କାର ଧାରଣ ପର୍ବ ଆୟୋଜନ କରାଯିବ । ଏହା ପରଦିନ ବାବା ଚନ୍ଦ୍ରଶେଖର ଅଷ୍ଟବିଷ୍ଣୁ ଓ ଅଷ୍ଟଶମ୍ଭୁଙ୍କୁ ବରଯାତ୍ରୀ ଦଳରେ ସାମିଲ କରି ଦେବୀ ମା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପାଇଁ କନ୍ୟାମାତାଙ୍କ ବାସଭବନକୁ ଯିବେ । ଚଳିତ ବର୍ଷ ବାବା ଚନ୍ଦ୍ରଶେଖରଙ୍କ ପିତାମାତା ଭାବେ ସହରର ଶାନ୍ତିନଗର ପଡାର ରାଲୀ ରାଣୀ ଓ ଅର୍ଜୁନ ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ସୁବର୍ଣ୍ଣପୂରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details