ଓଡିଶା

odisha

ETV Bharat / state

ଫନି ବିପନ୍ନଙ୍କୁ ସୁବର୍ଣ୍ଣପୁର ରାଇସ ମିଲ ସଂଘ ଦେଲା ଏକ ଲକ୍ଷ

ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ରାଇସ ମିଲ ଆସୋସିଏସନ । ସଙ୍ଘ ପକ୍ଷରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ ଆକାରରେ ପ୍ରଦାନ କରାଯାଇଛି ।

By

Published : May 21, 2019, 2:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ପ୍ରଳୟଙ୍କାରୀ ବାତ୍ୟା ଫନି ଚାଲିଯାଇଛି । ହେଲେ ଏହାର ପ୍ରଭାବରେ ଭାଙ୍ଗିପଡିଥିବା ଅଣ୍ଟାକୁ ସଳଖି ପାରୁନାହାଁନ୍ତି ରାଜ୍ୟବାସୀ । ଏନେଇ ସ୍ବେଚ୍ଛାସେବୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛୁଟୁଛି ସହାୟତାର ସୁଅ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ରାଇସ ମିଲ ଆସୋସିଏସନ ଫନି ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର

ମଙ୍ଗଳବାର ଜିଲ୍ଲାର ମିଲ ମାଲିକ ସଂଘର ସଭ୍ୟମାନେ ଜିଲ୍ଲାପାଳ ମଧୂସୂଦନ ମିଶ୍ରଙ୍କୁ ସାକ୍ଷାତ କରି ଆସୋସିଏସନ ତରଫରୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଚେକ ଆକାରରେ ପ୍ରଦାନ କରିଛନ୍ତି । ଜିଲ୍ଲା ମିଲର୍ସ ଆସୋସିଏସନ ସଭାପତି ମନୋଜ ପ୍ରଧାନ, ସମ୍ପାଦକ ଆଶିଶ ବାବୁ , ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବିବେକାନନ୍ଦ କରକରାଙ୍କ ଉପସ୍ଥିତିରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ପରେ ଜିଲ୍ଲାପାଳ ମିଲର୍ସ ଆସୋସିଏସନକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ପୂର୍ବରୁ ଫନି ପୀଡିତଙ୍କ ପାଇଁ ତରଭା ବ୍ଳକର କର୍ମଚାରୀମାନେ ବି ଗୋଟିଏ ଦିନର ଦରମା ପ୍ରଦାନ କରିଥିଲେ । ଏହାସହ ସୁବର୍ଣ୍ଣପୁର ସହରର ପଟାଭାଡିର ବସ୍ତି ସୁରକ୍ଷା ମଞ୍ଚର ସ୍ବେଛାସେବୀ ମହିଳାମାନେ ଫନି ପୀଡିତଙ୍କୁ ଦୈନନ୍ଦିନ ଜୀବନ ଯାପନ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ବସ୍ତ୍ର ସହିତ ସହାୟତା ରାଶି ପ୍ରଦାନ କରିଛନ୍ତି ।

ସେହିପରି ସହରର ସ୍ବେଛାସେବୀ ଅନୁଷ୍ଠାନ ପଢାଘର ପକ୍ଷରୁ ବି ଫନି ପୀଡିତ ଛାତ୍ରଛାତ୍ରୀଙ୍କୁ 500 ସ୍କୁଲ କିଟ ପ୍ରଦାନ କରାଯାଇଛି । ଫନି ପୀଡିତଙ୍କ ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସରକାରୀ ବିଭାଗ ପକ୍ଷରୁ ସହାୟତା ଦିନକୁ ଦିନ ବଢୁଥିବାରୁ ଏହା ଏକ ଭଲ ଉଦ୍ୟମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details