ସୁବର୍ଣ୍ଣପୁର: ଜିଲ୍ଲାର ଟାଉନ ଥାନା ପୋଲିସକୁ ସଫଳତା । ଚୋରୀର 14 ଘଣ୍ଟା ମଧ୍ୟରେ ଦୁଇ ଚୋରଙ୍କୁ ଗିରଫ କରି ଆଜି(ସୋମବାର) କୋର୍ଟ ଚାଲାଣ କରିଛି ପୋଲିସ ।
ଗତ 21 ତାରିଖ ରାତିରେ ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ମନ୍ଦିରର ଦାନହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଦୁଇ ଜଣ ଦୁର୍ବୃତ୍ତ ଚୋରୀ କରି ନେଇଥିଲେ ।
ତେବେ ପୋଲିସ ଦୁର୍ବୃତ୍ତଙ୍କୁ ଏନେଇ ପଚାରା ଉଚୁରା କରିଥିଲା । ପରେ ଧୀବର ପଡାର 22 ବର୍ଷୀୟ ମହାଦେବ ଥାପା ଓ 24 ବର୍ଷିୟ ଶ୍ରୀକୃଷ୍ଣ ଥାପା ଚୋରୀ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାସହ ଅଭିଯୁକ୍ତଙ୍କ ପାଖରୁ ପୋଲିସ ଗୋଟିଏ ଲୁହା ଶାବଳ ଓ 1140 ନଗଦ ଟଙ୍କା ଜବତ କରିଥିଲା ।