ସୁବର୍ଣ୍ଣପୁର: କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ସୁବର୍ଣ୍ଣପୁରର ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ବା ହରଗୌରୀ ଯାତ୍ରା । ଏନେଇ ଆଜି ମହିଳା ମାନେ ମନସ୍କାମନା ପୂରଣ ପାଇଁ କୁମକୁମ ବ୍ରତ ରଖିବା ସହ ହରଗୌରୀଙ୍କ ଆଗରେ ସିନ୍ଦୁରଖେଳ ପାଳନ କରିଛନ୍ତି । ତେବେ ନିଜ ପରିବାର ଓ ସ୍ବାମୀଙ୍କର ସୁଖ ସମୃଦ୍ଧି କାମନା କରି ଏହି କୁମକୁମ ବ୍ରତ ରଖିଥାନ୍ତି ମହିଳା ମାନେ ।
ହରଗୌରୀ ଯାତ୍ରା: ସ୍ବାମୀଙ୍କ ଶୁଭ ମନାସି କୁମକୁମ୍ ବ୍ରତ ରଖିଲେ ମହିଳା
ଆରମ୍ଭ ହୋଇଯାଇଛି ସୁବର୍ଣ୍ଣପୁରର ଦକ୍ଷିଣ ଭାରତୀୟ ବୁଢୀମା ଠାକୁରାଣୀ ବା ହରଗୌରୀ ଯାତ୍ରା । ମନସ୍କାମନା ପୂରଣ ପାଇଁ ମହିଳା ମାନେ କରୁଛନ୍ତି କୁମକୁମ ବ୍ରତ । ଅଧିକ ପଢନ୍ତୁ...
ନିଷ୍ଠାର ସହିତ ବ୍ରତଧାରୀମାନେ ସିଦ୍ଧି ବିନାୟକଙ୍କ ନିକଟରେ ଧୂପ ଦୀପ ଦେଇ ,ତେଲୁଗୁ ସ୍ତୃତି ଉଚାରଣ ସହ ଦକ୍ଷିଣ ଭାରତୀୟ ନୈବେଦ୍ୟ ଅର୍ପଣ କରି ଏହି ପର୍ବ ପାଳନ କରିଛନ୍ତି । ଦୀର୍ଘ 10 ଦିନ ଧରି ପାଳିତ ହେଉଥିବା ହରଗୌରୀଙ୍କ ଯାତ୍ରାରେ ମହିଳାମାନଙ୍କ କୁମକୁମ ପର୍ବର ଏକ ସ୍ବତନ୍ତ୍ର ସ୍ଥାନ ରହି ଆସିଛି । ଖାଲି ସୁବର୍ଣ୍ଣପୁର ସହରର ମହିଳା ନୁହଁନ୍ତି ବରଂ ବ୍ରହ୍ମପୁର ଓ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରୁ ଆସୁଥିବା ମହିଳାମାନେ ନିଜକୁ ଏହି କୁମକୁମ ପର୍ବରେ ସାମିଲ କରିଛନ୍ତି । ତେବେ ଏହି ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଏଥର କୋଭିଡ କଟକଣା ଭିତରେ ନିରାଡମ୍ବର ଭାବେ ଚାଲିଛି ହରଗୌରୀ ଯାତ୍ରା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ