ଓଡିଶା

odisha

ETV Bharat / state

ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡ଼ି ପର୍ବ ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର - ସପ୍ତପୁରୀ ଅମାବାସ୍ୟା

ଆଗକୁ ଆସୁଛି ସପ୍ତପୁରୀ ଅମାବାସ୍ୟା । ଏହି ଅମାବାସ୍ୟାରେ ସୁବର୍ଣ୍ଣପୁରରେ ପାଳିତ ହେଉଥିବା ଲଙ୍କାପୋଡ଼ି ପର୍ବ ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି । ଅଧିକ ପଢନ୍ତୁ...

ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡ଼ି ପର୍ବ ପାଇଁ ସହର ଚଳଚଞ୍ଚଳ
ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡ଼ି ପର୍ବ ପାଇଁ ସହର ଚଳଚଞ୍ଚଳ

By

Published : Sep 6, 2021, 12:24 PM IST

ସୁବର୍ଣ୍ଣପୁର: ଆଗକୁ ଆସୁଛି ସପ୍ତପୁରୀ ଅମାବାସ୍ୟା । ଅଷ୍ଟ ହନୁମାନର ସହର ସୁବର୍ଣ୍ଣପୁରରେ ସଂଧ୍ୟାରେ ପାଳିତ ହେବ ଲଙ୍କାପୋଡି଼ ପର୍ବ । ଏହି ପର୍ବଟି କେବଳ ସୁବର୍ଣ୍ଣପୁରରେ ପାଳନ କରାଯାଏ । ଗତବର୍ଷ କୋରୋନା ମହାମାରୀ ପାଇଁ ଏହି ଉତ୍ସବ ପାଳନ କରିବାରେ ପ୍ରତିବନ୍ଧକ ଲାଗିଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବ ପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି ।

ସପ୍ତପୁରୀ ଅମାବାସ୍ୟା: ଲଙ୍କାପୋଡ଼ି ପର୍ବ ପାଇଁ ସହର ଚଳଚଞ୍ଚଳ

ଏହି ପର୍ବରେ ଅମାବାସ୍ୟାର ଅନ୍ଧକାର ଭିତରେ ଛୋଟ ଛୋଟ ପୁଅମାନେ ମାଟି ତିଆରି ହନୁମାନଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇ ଏହି ଉତ୍ସବକୁ ପାଳନ କରିଥାନ୍ତି । ଚଳିତ ବର୍ଷ ପର୍ବଟି ପାଳନ ହେବାକୁ ଥିବାରୁ ଲୋକେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି । ସେପଟେ ହନୁମାନ ତିଆରି କରୁଥିବା ମାଟି କାରିଗରମାନେ ନିଜ କାମରେ ଲାଗି ପଡିଛନ୍ତି । ଶହ ଶହ ସଂଖ୍ୟାରେ ମାଟି କାରିଗରମାନେ ହନୁମାନ ତିଆରି କରି ଦୈନିକ ବଜାର ଓ କୁମ୍ଭାରପଡାରେ ବିକ୍ରି କରୁଛନ୍ତି ।

ସାପ୍ତାହିକ ବଜାର ଖୋଲି ନ ଥିବାରୁ ଯଦିଓ କିଛି ମାତ୍ରାରେ ବିକ୍ରିବଟାରେ ଅସୁବିଧା ହେଉଛି, ତଥାପି କାରିଗରମାନେ ଏଥର ବେଶ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରାଯାଉଛି । ଅମାବାସ୍ୟାର ସଂଧ୍ୟାରେ ଛୋଟ ଛୋଟ ପୁଅମାନେ ଏହି ମାଟି ତିଆରି ଟେରାକୋଟା ହନୁମାନଙ୍କ ଲାଙ୍ଗୁଡ଼ରେ ନିର୍ଆଁ ଲଗାଇ ସହର ସାରା ଟାଣିଥାନ୍ତି । ଅଭିଭାବକମାନେ ମଧ୍ୟ ହନୁମାନ ଲାଙ୍ଗୁଡ଼ରେ କିରୋସିନ ଢାଳିଥାନ୍ତି । ଅମାବାସ୍ୟାର ଅନ୍ଧକାର ଭିତରେ ଏହି ପର୍ବ ଆଲୋକ ଭରି ଦେଇଥାଏ । ଫଳରେ ସାରା ସହରରେ ଏକ ଚମତ୍କାର ଓ ମନଲୋଭା ପରିବେଶ ସୃଷ୍ଟି ହୋଇଥାଏ ।

ତେବେ ଏହି ଉତ୍ସବ ପାଳନ କରିବା ପାଇଁ ଛୋଟ ଛୋଟ ପୁଅମାନେ ବେଶ ଉତ୍ସାହିତ ହୋଇ ପଡିଥିବା ବେଳେ ମାଟି କାରିଗରମାନେ ମଧ୍ୟ ଅଧିକରୁ ଅଧିକ ହନୁମାନ ଉତ୍ପାଦନ ଓ ବିକ୍ରିରେ ଲାଗିଛନ୍ତି । କାହିଁ କେତେ ଦିନରୁ ପାଳିତ ହେଉଥିବା ଏହି ହନୁମାନ ପୋଡି ପର୍ବ ଏଥର ବି ବେଶ ଯାକ ଜମକରେ ପାଳନ କରାଯିବ ବୋଲି ଆଶା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details