ଓଡିଶା

odisha

ETV Bharat / state

ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର ! - ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର

କାରୀଗରଙ୍କ ଦୁଃଖ ଶୁଣୁନି ପ୍ରଶାସନ । ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର । ଅଧିକ ପଢନ୍ତୁ...

ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର
ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର

By

Published : Jul 24, 2021, 1:00 PM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ମହକୁମାରେ କାରୀଗରମାନଙ୍କ ପାଇଁ ତିଆରି ହୋଇଥିବା କୋଠା ଏବେ ଭୂତକୋଠିରେ ପରିଣତ ହୋଇଛି । ସହରର ମଧ୍ୟ ଭାଗରେ ପ୍ରାୟ ଦଶନ୍ଧି ତଳେ ଡିଜାଇନ ଡିସପ୍ଲେ ସେଣ୍ଟର ଭାବେ ତିଆରି ହୋଇଥିବ ଏହି କୋଠା ଭିନ୍ନ ଭାବେ ବ୍ୟବହାର ହେଉଛି । ଉଦ୍ଦେଶ୍ୟ ଥିଲା ଜିଲ୍ଲାର କାରୀଗରମାନେ କୁଟୀର ଶିଳ୍ପ ଉପରେ ନିର୍ଭର କରି ଉତ୍ପାଦିତ କରୁଥିବା ଦ୍ରବ୍ୟ ସବୁ ଏହି କୋଠାରେ ପ୍ରଦର୍ଶିତ କରାଯିବ । ସହରକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ଜିଲ୍ଲାର କାରୀଗରମାନଙ୍କ ହାତରେ ତିଆରି କୁଟୀର ଶିଳ୍ପ ଦ୍ରବ୍ୟ ଦେଖି ,ପରଖି କିଣି ନିଜର ବ୍ୟବହାର କରିବେ ।

ଭୂତକୋଠି ପାଲଟିଛି ଡିଜାଇନ ଡିସପ୍ଲେ ସେଣ୍ଟର

ଶିଳ୍ପୀମାନେ ଏକତ୍ର ବଜାର ସୃଷ୍ଟି କରି ପାରିବେ । ଗୋଟିଏ ଯାଗାରେ ହିଁ ଜିଲ୍ଲାର ହସ୍ତକଳାରେ ଉତ୍ପାଦିତ ଦ୍ରବ୍ୟ ସବୁ ପ୍ରଦର୍ଶିତ ହୋଇ ପାରିବ । ହେଲେ ଡିଜାଇନ ଡିସପ୍ଲେ ସେଣ୍ଟର ଜିଲ୍ଲାର କାରୀଗରମାନଙ୍କ ପାଇଁ ବ୍ୟବହାର କରାଯାଉନଥିବା ବେଳେ ଅନେକ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟାଳୟ ଓ ଅନେକ ସରକାରୀ କାର୍ଯ୍ୟକ୍ରମ ଏହି କୋଠାରେ ଚାଲୁଛି । ଏଠିକାର ହସ୍ତତନ୍ତ ,ମାଟି କାମ ,କାଠ କାମ ଖାଲି ରାଜ୍ୟରେ ନୁହେଁ । ଦେଶର ବିଭିନ୍ନ ସ୍ଥାନର ଲୋକେ ଆକର୍ଷିତ ହୋଇଥାନ୍ତି । ଜିଲ୍ଲାର ଅର୍ଥନୀତି ଗାଁ ଗହଳିର କୁଟିର ଶିଳ୍ପ ଉପରେ ନିର୍ଭର କରେ ।

ତେବେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ମହାମାରୀ ବେଳାରେ କୁଟୀର ଶିଳ୍ପ ଉପରେ ପ୍ରାଧାନ୍ୟ ଦେଉଛନ୍ତି । ହେଲେ ମହାମାରୀରେ ଅନେକ କୁଶଳୀ କାରିଗର ବେରୋଜଗାରିଆ ହୋଇ ପଡିଥିବା ବେଳେ ଶ୍ରମିକମାନେ ବି କାର୍ଯ୍ୟ କରୁଥିବା କୁଟୀର ଶିଳ୍ପ କ୍ଷେତ୍ରକୁ ଫେରି ପାରି ନାହାନ୍ତି । ତେବେ ଏହି ସମୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀମାାନଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ବଦ୍ଧ ଭାବେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ ହୋଇ ପଡିଛି ।

ଜିଲ୍ଲା ପ୍ରଶାସନ ଆନ୍ତରିକତାର ସହିତ କାର୍ଯ୍ୟ କଲେ ଜିଲ୍ଲାର ଅର୍ଥନୈତିକ ପ୍ରଗତି ହେବ । ଏହା ସହିତ ବେକାରୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ । ଗରୀବି ଦୂରୀକରଣ ହୋଇ ପାରିବ ବୋଲି ଅର୍ଥନୀତି ବିଶାରଦ ତଥା ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣା କହିଛନ୍ତି । କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ଏହି ଡିଜାଇନ ଡିସପ୍ଲେ ସେଣ୍ଟରକୁ କାରୀଗରମାନଙ୍କୁ ସମର୍ପିତ କରିବା ସହିତ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details