ଓଡିଶା

odisha

ETV Bharat / state

ଶିଶୁ ନିର୍ଯ୍ୟାତନା ରୋକିବା ନେଇ ସୁବର୍ଣ୍ଣପୁର ପ୍ରଶାସନର ଉଦ୍ୟମ - subarnapur collector

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କ ବୟସ ଯାଞ୍ଚ କରିବା ସହ ଶିଶୁମାନଙ୍କୁ ସାର୍ବଜନୀନ ଶିକ୍ଷାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 22, 2019, 11:04 AM IST


ସୁବର୍ଣ୍ଣପୁର : ଶିଶୁ ସୁରକ୍ଷା ଓ ଅଧିକାର ତଥା ସାର୍ବଜନୀନ ପ୍ରାଥମିକ ଶିକ୍ଷାକୁ ନେଇ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ଏନେଇ ବେଶ ଯତ୍ନବାନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜି । ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁମାନଙ୍କ ବୟସ ଯାଞ୍ଚ କରିବା ସହ ଶିଶୁମାନଙ୍କୁ ସାର୍ବଜନୀନ ଶିକ୍ଷାରେ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ଜିଲ୍ଲା ପୋଲିସ ବିଭାଗ ସହ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ କମିଟିକୁ ପରାମର୍ଶ ଦିଆଯାଇଛି । ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚାଇଲ୍ଡ ଲାଇନ ସେବା ଯୋଗାଣ ବ୍ୟବସ୍ଥା ସମ୍ବନ୍ଧୀୟ ବୈଠକରେ ଜିଲ୍ଲାପାଳ ଶିଶୁମାନଙ୍କ ଅଧିକାର ଉପରେ ବେଶ ଗୁରୁତ୍ବ ଦେଇଥିଲେ ।

ଆୟୋଜିତ ବୈଠକରେ ଚାଇଲ୍ଡ ଲାଇନ ସେବା ଫାଉଣ୍ଡେସନର ସିନିୟର ପ୍ରୋଗ୍ରାମ ସଂଯୋଜକ ଆର୍କା ଲାହା ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details