ଓଡିଶା

odisha

ETV Bharat / state

ସହରର ସ୍ୱଚ୍ଛତା ପାଇଁ ସହରବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ - subarnapur collector request to clean city

ସୁବର୍ଣ୍ଣପୁର ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସଦର ପୌର ପରିଷଦ ଫେଲ ମାରିଛି । ସହରର ଅନେକ ଯାଗାରେ ପାହାଡ ସଦୃଶ କଠିନ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହୁଛି । ଅଧିକ ପଢନ୍ତୁ...

ସହରର ସ୍ୱଚ୍ଛତା ପାଇଁ ସହରବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ
ସହରର ସ୍ୱଚ୍ଛତା ପାଇଁ ସହରବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ

By

Published : Sep 4, 2021, 6:28 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ସଦର ପୌର ପରିଷଦ ଫେଲ ମାରିଛି । ସହରର ଅନେକ ଯାଗାରେ ପାହାଡ ସଦୃଶ କଠିନ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହୁଛି । ଫଳରେ ସହର ଭିତରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବୌଦ୍ଧ ଜିଲ୍ଲାର ପ୍ରବେଶ ପଥରେ ତେଲନଦୀ କୂଳରେ ବ୍ୟାପକ ପରିମାଣର ଆବର୍ଜନା ପକାଯାଉଛି । ଫଳରେ ଏହି ଐତିହାସିକ ସହରକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀଙ୍କ ନଜର ସହରକୁ ଆସୁଆସୁ ଆବର୍ଜନା ଉପରେ ପଡୁଛି । କଠିନ ବର୍ଜ୍ୟବସ୍ତୁ ସୁପରିଚାଳନା ସହରବାସୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଗୁଡିକ ପକ୍ଷରୁ ବାରମ୍ବାର ଅଭିିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଓ ସଦର ପୌର ପରିଷଦ ବର୍ଜ୍ୟବସ୍ତୁର ସୁପରିଚାଳନାକୁ ନେଇ ଅଣ୍ଟା ଭିଡିଛି ।

ସହରର ସ୍ୱଚ୍ଛତା ପାଇଁ ସହରବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ
ସହରର ସ୍ୱଚ୍ଛତା ପାଇଁ ସହରବାସୀଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ

ସହରକୁ ପରିଷ୍କାର ପରିଛନ୍ନ ରଖିବା ତଥା ଆବର୍ଜନାର ସଠିକ ପରିଚାଳନା ପାଇଁ ସହରବାସୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ଖୋଦ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସହରର ବୁଲାଗାଈ ଗୋରୁଙ୍କ ସୁରକ୍ଷା କରିବା ଓ ସହରକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ତେବେ କେବଳ ସରକାରୀ ଭାବେ ନୁହେଁ କିମ୍ବା ଅନୁଶାସନାତ୍ମକ ପଦକ୍ଷେପ ନେଇ ନୁହେଁ, ବରଂ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରି ଏହି କାର୍ଯ୍ୟ କରାଯିବ ବୋଲି କହିଛନ୍ତି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଜନସାଧାରଣ କଠିନ ଓ ଓଦା ବର୍ଜ୍ୟବସ୍ତୁ ଅଲଗା ଅଲଗା କରି ପୌର ପରିଷଦ ଆବର୍ଜନା ବୋହୁଥିବା ଗାଡିରେ ଦେବା ପାଇଁ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଐତିହାସିକ ମନ୍ଦିର ମାଳିନୀ ସହରକୁ ପ୍ରତିଦିନ ହଜାର ହଜାର ଯାତ୍ରୀ, ପର୍ଯ୍ୟଟକ ତଥା ଜିଲ୍ଲାର ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟରେ ଆସୁଥିବାବେଳେ ସହରର ସ୍ବଚ୍ଛତା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ତେବେ ଜିଲ୍ଲାପାଳଙ୍କ ପ୍ରୟାସ ଫଳପ୍ରଦ ହେବ ଓ କିଛି ଦିନ ପରେ ସହରରେ ବୁଲାଗାଈ ଗୋରୁଙ୍କ ଦୌରାତ୍ମ୍ୟ କମିବା ସହ ସଠିକ ଭାବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ହେବା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ଜିଲ୍ଲାପାଳ ନେଇଥିବା ପଦକ୍ଷେପକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details