ସୁବର୍ଣ୍ଣପୁର:ବିନିକା ଛାତ୍ର କଂଗ୍ରେସ ପକ୍ଷରୁ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କମିଟିର ସଦସ୍ୟ ଓ ବିନିକା କୃଷକ କମିଟିର ସଭ୍ୟମାନେ ଏଥିରେ ସାମିଲ ହୋଇଥିଲେ। କେନ୍ଦ୍ରୀୟ କୃଷି ବିଲ ପ୍ରତ୍ୟାହାର କରିବା ସହିତ ହାଥରସ ଗଣ ଦୁଷ୍କର୍ମ ପିଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।
ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । କଂଗ୍ରେସ କମିଟିର ସଦସ୍ୟ ଓ ବିନିକା କୃଷକ କମିଟିର ସଭ୍ୟମାନେ ହେଲେ ସାମିଲ । ଅଧିକ ପଢନ୍ତୁ....
ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
ପୀଡିତା ପରିବାରକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ସମବେଦନା ଜଣାଇବାକୁ ଯାଉଥିବା ସମୟରେ ରାହୁଲଙ୍କୁ ପୋଲିସର ଦୁର୍ବ୍ୟବହାର ପ୍ରଦର୍ଶନର ପ୍ରତିବାଦ କରିଥିଲେ । କୃଷି ବିଲ ପ୍ରତ୍ୟାହାର କରିବା ସହିତ ହାଥରସ ପୀଡିତ ପରିବାରକୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ