ଓଡିଶା

odisha

ETV Bharat / state

ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 16, 2019, 6:47 AM IST

ସୁବର୍ଣ୍ଣପୁର: ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆଜି ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରୀମାନେ ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ଛାତ୍ରୀମାନଙ୍କ ରି ଆଡମିସନ ଫିସ ବୃଦ୍ଧି ପ୍ରତିବାଦରେ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ଶ୍ରେଣୀ ବର୍ଜନ କରିବା ସହିତ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କ ଦାବୀ କର୍ଣ୍ଣପାତ ନକରିବାରୁ ଛାତ୍ରୀମାନେ ଜିଲ୍ଲା ପ୍ରଶାସନ ଆଗରେ ବିକ୍ଷୋଭ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଫିସ୍ ବୃଦ୍ଧି କରିବା ସହିତ ହଷ୍ଟେଲରେ ଲାଗି ରହିଥିବା ସମସ୍ୟା ସମାଧାନ ବି କରୁ ନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ହଷ୍ଟେଲରେ ପିଇବା ପାଣି ,ଶୌଚାଳୟ ତଥା ଖାଇବା ପିଇବା ଆଦିରେ ସମସ୍ୟା ରହିଥିବା ଛାତ୍ରୀମାନେ କହିଛନ୍ତି ।

ହଷ୍ଟେଲ ସମସ୍ୟା କର୍ତ୍ତୃପକ୍ଷଙ୍କ ଆଗରେ ଉପସ୍ଥାପନ କଲେ ହଷ୍ଟେଲ ବନ୍ଦ କରିଦେବା ପରି ଧମକ ଦିଆଯାଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କ ସହିତ ଆଲୋଚନା କରିଛନ୍ତି । ଉପ-ଜିଲ୍ଲାପାଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଦାବି ତୁରନ୍ତ ପୂରଣ କରାଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details