ଓଡିଶା

odisha

ETV Bharat / state

ଧାନ ସଂଗ୍ରହରେ ସାମିଲ ହେବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଦାବି

ଧାନ ସଂଗ୍ରହରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲା କଇଁତରା ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଦାବି।ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅଧିକ ଖବର ପଢନ୍ତୁ...

ଧାନ ସଂଗ୍ରହରେ ସାମିଲ ହେବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଦାବି

By

Published : Nov 20, 2019, 3:11 PM IST

ସୁବର୍ଣ୍ଣପୁର: ଖରିଫ ଧାନ ସଂଗ୍ରହରେ ସାମିଲ ହେବାକୁ ଚାହୁଁଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ। ଏପରି ଦାବି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କଇଁତରା ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ସ୍ବେଚ୍ଛାସେବୀ ବଳଦେବ ବେଦବାକଙ୍କ ନେତୃତ୍ବରେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ପ୍ରଶାସନ ଆଗରେ ଏପରି ନିଜର
ଦାବି ଉପସ୍ଥାପନ କରିଛନ୍ତି।

ଏହି ଗୋଷ୍ଠୀ ବିଜ୍ଞାପନ ଦେଖି ଆବଶ୍ୟକ କାଗଜପତ୍ର ଦେଇ ଧାନ ସଂଗ୍ରହ ପକ୍ରିୟାରେ ଆବେଦନ କରିଥିଲେ। ହେଲେ ତାଙ୍କର ଆବେଦନକୁ ଆଗ୍ରାହ୍ୟ କରାଯାଇଥିବା ମହିଳା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯେଉଁ ସଂଘର ଆବଶ୍ୟକ କାଗଜପତ୍ର ନାହିଁ ସେହି ସଙ୍ଘକୁ ଧାନ ସଂଗ୍ରହରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି।

ଧାନ ସଂଗ୍ରହରେ ସାମିଲ ହେବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଦାବି

କଇଁତରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଖରେ ଆବଶ୍ୟକ ଭିତ୍ତିଭୂମି ରହିଥିବା ବେଳେ ଏହି ଗୋଷ୍ଠୀ ସକ୍ରିୟ ଅଛନ୍ତି। ଏପରିକି ବିଭିନ୍ନ ବ୍ୟବସାୟିକ କାର୍ଯ୍ୟ କରି ଲାଭବାନ ହେବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟରେ ବି ତାଙ୍କର ଯୋଗଦାନ ରହିଛି। ତାଙ୍କୁ ଚଳିତ ବର୍ଷ ଧାନ କ୍ରୟରେ ସାମିଲ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details