ଓଡିଶା

odisha

ETV Bharat / state

ଆରପାରିରେ ସୋନପୁର ଗଡଜାତର ପାଟ ଢୋଲିଆ

ସୋନପୁର ଗଡଜାତରେ ହେଉଥିବା ବଳୀଯାତ୍ରାର ପାଟ ଢୋଲିଆ ପୁରନ୍ଦର ବାରିକଙ୍କ 95 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଗତ ବର୍ଷ ହୋଇଥିବା ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇଥିଲେ । 1934 ମସିହାରୁ ତତ୍କାଳୀନ ସୋନପୁର ଗଡଜାତର ମହାରାଜା ସୁଧାଂଶୁ ଶେଖର ସିଂହଦେଓ ତାଙ୍କ ଢୋଲବାଦ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଫଟୋ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

By

Published : Sep 20, 2019, 9:50 AM IST

ସୁବର୍ଣ୍ଣପୁର : ସୋନପୁର ଗଡଜାତ ବଳୀଯାତ୍ରାର ପାଟ ଢୋଲିଆ ପୁରନ୍ଦର ବାରିକଙ୍କ ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା ।

1924 ମସିହାରେ ଜନ୍ମ ଗ୍ରହଣ କରିଥିଲେ ସେ । ତେବେ ତାଙ୍କୁ 10 ବର୍ଷ ହେବା ବେଳକୁ ସେ ବଳୀଯାତ୍ରାର ଢୋଲିଆ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତ ବର୍ଷ ମଧ୍ୟ ଏହି ଯାତ୍ରାରେ ପୁରନ୍ଦର ପାଟ ଢୋଲିଆ ଭାବେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇଥିଲେ। 1934ରେ ତତ୍କାଳୀନ ସୋନପୁର ଗଡଜାତର ମହାରାଜା ସୁଧାଂଶୁ ଶେଖର ସିଂହଦେଓ ତାଙ୍କ ଢୋଲବାଦ୍ୟ ପରିବେଷଣର କଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେବେଠାରୁ ସୋନପୁର ଗଡଜାତରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଐତିହାସିକ ବଳୀଯାତ୍ରାରେ ସେ ପାଟ ଢୋଲିଆ ଭାବେ କାର୍ଯ୍ୟ କରିଥିଲେ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ମହାନବମୀ ବଳୀ, ଉଆଁସ ବଳୀ ଓ ମହାସପ୍ତମୀ ପୂଜାରେ ସେ ଷୋହଳ ଭର୍ଣ୍ଣୀ ବାଦ୍ୟ ବଜାଇ ବଳୀଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରନ୍ଦରଙ୍କ ଷୋହଳ ଭର୍ଣ୍ଣୀ ବାଦ୍ୟ ବାଜିଲେ ଦେଖଣାହାରୀଙ୍କ ଦେହମନ ଶହରୀ ଉଠେ । ବାର୍ଦ୍ଧକ୍ୟ ଜନିତ ଦୁର୍ବଳତା ଯୋଗୁଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details