ଓଡିଶା

odisha

ETV Bharat / state

ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ବ୍ୟବସ୍ଥା, ସାମାଜିକ ଦୂରତାକୁ ଖୁଲମଖୁଲା ଉଲ୍ଲଂଘନ - ସ୍ୱାସ୍ଥ୍ୟ ବିଭାଗରେ ସାମାଜିକ ଦୂରତା

କୋରୋନା କାଳରେ ସତର୍କ ଓ ସଚେତନତା ବାର୍ତ୍ତା ବାଣ୍ଟୁଥିବା ସ୍ବାସ୍ଥ୍ୟ ବିଭାଗର କୋଭିଡ ନିୟମକୁ ଫୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ନିୟମକୁ ଖୁଲମଖୁଲା ଭାବେ ଉଲ୍ଲଂଘନ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

health department
health department

By

Published : Jul 23, 2020, 4:26 PM IST

ସୁବର୍ଣ୍ଣପୁର: ସାରା ରାଜ୍ୟରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ରେକର୍ଡ ସଂଖ୍ୟକ ଭାବେ ବୃଦ୍ଧି ପାଇବାରେ ଲାଗୁଛି । କଥାରେ ଅଛି , କହି ଦେଉଥାଏ ପରକୁ ବୁଦ୍ଧି ନଦିଶଇ ଘରକୁ । କଥାଟି ପୁରା ମେଳ ଖାଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଦୃଶ୍ୟ ଦେଖିଲା ପରେ । କୋରୋନା କାଳରେ ସତର୍କ ଓ ସଚେତନତା ବାର୍ତ୍ତା ବାଣ୍ଟୁଥିବା ସ୍ବାସ୍ଥ୍ୟ ବିଭାଗର କୋଭିଡ ନିୟମକୁ ଫୁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ନିୟମକୁ ଖୁଲମଖୁଲା ଭାବେ ଉଲ୍ଲଂଘନ କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ବ୍ୟବସ୍ଥା, ସାମାଜିକ ଦୂରତାକୁ ଖୁଲମଖୁଲା ଉଲ୍ଲଂଘନ

ଗୁରୁବାର ଜିଲ୍ଲା ଚିକିତ୍ସାଳୟ ପରିସରରେ ମହିଳା ସ୍ୱାସ୍ଥ୍ୟ କର୍ମୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ହେଲେ ଆବେଦନକାରୀ ମାନେ ଯଦିଓ ମାସ୍କ ପରିଧାନ କରିଛନ୍ତି । ସାନିଟାଇଜର ବ୍ୟବହାର କରୁ ନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରୁନାହାଁନ୍ତି । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବି ଉପସ୍ଥିତ ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ବି ଆବେଦନକାରୀ ମାନେ ଚାକିରୀ ପାଇଁ ସାମାଜିକ ଦୂରତ୍ୱ କଥାଟିକୁ ଭୁଲି ଯାଇଛନ୍ତି।

ଜିଲ୍ଲାର 109 ଜଣ ସ୍ୱାସ୍ଥ୍ୟ କର୍ମୀ ପଦବୀ ପାଇଁ 180 ଜଣ ଛାତ୍ରୀ ଯୋଗ୍ୟ ବିବେଚିତ ହୋଇ ଆବେଦନ କରିଛନ୍ତି । ହେଲେ ପଡୋଶୀ ବୌଦ୍ଧ ,ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରୁ ହଜ଼ାର ସଂଖ୍ୟାରେ ଆବେଦନକାରୀ ପହଞ୍ଚିଛନ୍ତି। ଫଳରେ ଚିକିତ୍ସାଳୟ ସୁରକ୍ଷା କର୍ମୀଙ୍କୁ ବେଶ ହଇରାଣ ହେବାକୁ ପଡୁଛି । ଏହି ଚୟନ ପ୍ରକ୍ରିୟାରେ ଜିଲ୍ଲାର ଛାତ୍ରୀ ମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ବୋଲି ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details