ସୁବର୍ଣ୍ଣପୁର:ପବିତ୍ର ମହାଷ୍ଟମୀର ପାଳିତ ହେଉଛି ଭାଇ ଜୀଉଁନ୍ତିଆ ପର୍ବ । ଭାଇର ମଙ୍ଗଳ କାମନା କରି ଦୀର୍ଘାୟୁ, ଆଶିଷ ପାଇଁ ଭଉଣୀମାନେ ଏହି ଓଷାକୁ ପାଳନ କରିଥାନ୍ତି । ସାରା ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଛି ଭାଇ ଜୀଉଁନ୍ତିଆ ।
ଭାଇଙ୍କ ଶୁଭ ମନାସି ସୁବର୍ଣ୍ଣପୁର ସହରରେ ପାଳିତ ହେଉଛି ଭାଇ ଜୀଉଁନ୍ତିଆ - Durga Puja
ସୁବର୍ଣ୍ଣପୁର ସହରରେ ପବିତ୍ର ମହାଷ୍ଟମୀରେ ମହା ସମାରୋହରେ ପାଳନ ହେଉଛି ଭାଇ ଜୀଉଁନ୍ତିଆ ଓଷା । ଭାଇର ମଙ୍ଗଳ କାମନା ସହ ଦୀର୍ଘାୟୁ ଆଶିଷ ପାଇଁ ଏହି ଦିନରେ ପରମ୍ପରା ରୀତିନୀତି ଅନୁଯାୟୀ ଭଉଣୀମାନେ ପାଳନ କରିଥାନ୍ତି ଏହି ପର୍ବ । ଅଧିକ ପଢନ୍ତୁ...
ଭାଇଙ୍କ ଶୁଭ ମନାସି ସୁବର୍ଣ୍ଣପୁର ସହରରେ ପାଳିତ ହେଉଛି ଭାଇ ଜୀଉଁନ୍ତିଆ
ଏହି ପର୍ବ ରାଜାରାଜୁଡା ଅମଳରୁ ସୁବର୍ଣ୍ଣପୁରର ଖମ୍ବେଶ୍ବରୀ ମନ୍ଦିରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଭଉଣୀମାନେ ଏଠାରେ ଯେ ଖାଲି ଭାଇ ଜୀଉଁନ୍ତିଆ ଓଷା ପାଳନ କରନ୍ତି ତାହା ନୁହେଁ ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ମଧ୍ୟ ଦେବୀମା କନକ ଦୁର୍ଗାଙ୍କ ଆଶିଷ ଭିକ୍ଷା କରିଥାନ୍ତି । ସୁବର୍ଣ୍ଣପୁରରେ ହିଁ ଦେଖିବାକୁ ମିଳେ ଦେବୀ ମା' ଦୁର୍ଗା ଭାଇ ଜୀଉଁନ୍ତିଆ ପର୍ବ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ