ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ, ସରିଲା ପ୍ରସ୍ତୁତି ବୈଠକ - ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ

ସହରରେ ଆଗାମୀ ଏପ୍ରିଲ ମାସରେ ଆୟୋଜିତ ହେବ ଶ୍ରୀଜଗନ୍ନାଥ ମହୋତ୍ସବ। ଏନେଇ ଶନିବାର ଶେଷ ହୋଇଛି ପ୍ରସ୍ତୁତି ବୈଠକ ।

Shri Jagannath Mahotsav in subarnapur, preparatory meeting for Shri Jagannath Mahotsav in subarnapur, subarnapur latest news, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌, ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ, ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବର ପ୍ରସ୍ତୁତି ବୈଠକ ଶେଷ
ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ: ସରିଲା ପ୍ରସ୍ତୁତି ବୈଠକ

By

Published : Feb 16, 2020, 3:19 PM IST

ସୁବର୍ଣ୍ଣପୁର: ସହରରେ ଆଗାମୀ ଏପ୍ରିଲ ମାସରେ ଆୟୋଜିତ ହେବ ଶ୍ରୀଜଗନ୍ନାଥ ମହୋତ୍ସବ। ଶ୍ରୀଜଗନ୍ନାଥଙ୍କ 24 ପ୍ରକାର ବେଶ, 56 ଭୋଗ, ମହାବାହୁଙ୍କ ବିଭିନ୍ନ ବସ୍ତ୍ର, ଖଜା, ପ୍ରସାଦ, ପୁସ୍ତକ, ଯଜ୍ଞ, ସଂକୀର୍ତ୍ତନ, ଭଜନ, ପ୍ରବଚନ ଓ ଆଲୋଚନାଚକ୍ର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏନେଇ ଶନିବାର ଶେଷ ହୋଇଛି ପ୍ରସ୍ତୁତି ବୈଠକ ।

ସୁବର୍ଣ୍ଣପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ: ସରିଲା ପ୍ରସ୍ତୁତି ବୈଠକ

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ଓ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ସୁବର୍ଣ୍ଣପୁରର ଏକ ସମନ୍ବୟରେ ଶନିବାର ଆୟୋଜିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଆୟୋଜିତ ଏହି ମହୋତ୍ସବ ପାଇଁ ଶନିବାର ସହରର ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ସମନ୍ବୟ ବୈଠକ ଆୟୋଜିତ ହୋଇଛି।

ତେବେ ସୁବର୍ଣ୍ଣପୁର ସହରର 24ଟି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମଣ୍ଡପ ତିଆରି କରାଯାଇ 24ଟି ବେଶ ଅନୁଷ୍ଠିତ ହେବ। ଏଥିସହ ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବା ଆଶା କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details