ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ସମ୍ପନ୍ନ

ଆଜି ମଣ୍ଡପଗୁଡିକରେ ସପ୍ତମୀ ପୂଜା ଆରମ୍ଭ ହୋଇଯାଇଛି । ଗୁରୁବାର ସୁବର୍ଣ୍ଣପୁର ବିଭିନ୍ନ ମଣ୍ଡପଗୁଡିକରେ ଅଧିବାସୀ, ସୂର୍ଯ୍ୟ, ପୂଜା ଓ ଦେବୀଙ୍କ ଷଷ୍ଠୀ ପୂଜା ଶେଷ ହୋଇଛି । ଅଧିକ ପଢନ୍ତୁ...

By

Published : Oct 23, 2020, 7:57 AM IST

ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଶେଷ
ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଶେଷ

ସୁବର୍ଣ୍ଣପୁର: ତନ୍ତ୍ରପୀଠ ସୁବର୍ଣ୍ଣପୁର । କାହିଁ କେତେ ଦିନରୁ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ହେଉଛି ଶକ୍ତି ଆରାଧନା । ବିଶେଷକରି ଚୈତ୍ର ଓ ଆଶ୍ବିନ ମାସରେ ସହରର ଅଷ୍ଟ ଚଣ୍ଡୀଙ୍କ ପୀଠରେ ତାନ୍ତ୍ରିକ ଆରଧନା କରାଯାଏ । ଆଶ୍ବିନରେ ଦେବୀ ଦୁର୍ଗାଙ୍କ ତନ୍ତ୍ର ଆରଧନା ଏଇ ସହରରେ ବହୁ ପୁରୁଣା । ତେବେ ଏଥର କୋଭିଡ କଟକଣା ଭିତରେ ଦେବୀଙ୍କ ପୂଜା ଆରମ୍ଭ ହୋଇଛି । ଗୁରୁବାର ମଣ୍ଡପ ଗୁଡିକରେ ଅଧିବାସ, ସୂର୍ଯ୍ୟ ପୂଜା ଓ ଦେବୀଙ୍କ ଷଷ୍ଠୀ ପୂଜା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୂଜା କମିଟି ଗୁଡିକ ଆବଶ୍ୟକ ଅନୁମତି ଆଣିଛନ୍ତି ।

ସୁବର୍ଣ୍ଣପୁରର ବିଭିନ୍ନ ମଣ୍ଡପରେ ଷଷ୍ଠୀ ପୂଜା ଶେଷ

ସେପଟେ, ଜିଲ୍ଲା ପୋଲିସ ଜାରି କରିଥିବା ପୂଜା ଗାଇଡ ଲାଇନ ଅନୁଯାୟୀ ଦେବୀଙ୍କ ଆରାଧନା କରାଯାଉଛି । ତେବେ ତନ୍ତ୍ରପୀଠ ଭାବେ ପରିଚିତ ଏହି ସହରରେ ମଣ୍ଡପ ଗୁଡ଼ିକରେ ଓ ଅଷ୍ଟ ଚଣ୍ଡୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇ ଥିଲେ ମଧ୍ୟ ନିଜକୁ ସମ୍ଭାଳି ନ ପାରି କିଛି ଶ୍ରଦ୍ଧାଳୁ ଗୁରୁବାର ସନ୍ଧ୍ୟାରେ ଦେବୀଙ୍କ ଦର୍ଶନ କରିଥିଲେ । ତେବେ ସୁରକ୍ଷା ଦୃଷ୍ଟିରୁ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରାଯାଉ ନଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details