ଓଡିଶା

odisha

ETV Bharat / state

ରାସ୍ତା କାମ ତଦାରଖ କଲେ ବିଭାଗୀୟ ଯନ୍ତ୍ରୀ

ପ୍ରାୟ 26 କୋଟି 30 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି । ମାତ୍ର ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ଅମରପାଲି ଗାଁ ଲୋକେ ଅଭିଯୋଗ କରିଥିଲେ । ତେବେ ଶନିବାର ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାସ୍ତା କାମର ତଦାରଖ କରିବା ସହ ସରକାରୀ ନୀତି ନିୟମ ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ କନଷ୍ଟ୍ରକସନ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 14, 2019, 2:29 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ । ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ଅମରପାଲି ଗାଁ ଲୋକେ ଅଭିଯୋଗ କରିବା ପରେ ଶନିବାର ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାସ୍ତା କାମର ତଦାରଖ କରିବା ସହ ସରକାରୀ ନୀତି ନିୟମ ଅନୁଯାୟୀ ରାସ୍ତା ନିର୍ମାଣ କରିବାକୁ କନଷ୍ଟ୍ରକସନ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ପ୍ରାୟ 26 କୋଟି 30 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାକୁ ବ୍ରିଲିଆଣ୍ଟ ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ରାସ୍ତା କାମ କରୁଛି । ରାସ୍ତା ପୁନଃନିର୍ମାଣ ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ବକୁ ଖୋଳି ବାଲି ଓ ମାଟି ଦେଇ ରାସ୍ତା ଚଉଡା କରାଯାଉଛି । ହେଲେ 23 କିଲୋମିଟର 550 ମିଟର ଦୀର୍ଘ ଏହି ରାସ୍ତା କାମ ଅତି ନିମ୍ନମାନର ହେଉଥିବା ନେଇ ଅମରପାଲି ଗାଁ ଲୋକେ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଗାଁ ଲୋକେ ରାସ୍ତା କାମକୁ ବନ୍ଦ କରିଥିଲେ ।

ଫଳରେ ଗାଁ ଲୋକଙ୍କ ଚାପରେ ବାଧ୍ୟ ହୋଇ ଶନିବାର ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ଏଥିସହ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀ ସ୍ବୀକାର ମଧ୍ୟ କରିଥିଲେ । ଏହାଛଡା ନିର୍ମିତ ରାସ୍ତାର ତଦାରଖ କରିବା ସହିତ ନିତିନୀୟମ ମୁତାବକ ରାସ୍ତା ନିର୍ମାଣ କରିବା ପାଇଁ ଗାଁ ଲୋକଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ତେବେ ଦୀର୍ଘ ଦିନର ଦାବି ପରେ ଅବହେଳିତ ହୋଇ ପଡି ରହିଥିବା ରାସ୍ତା ନୂଆ ରାସ୍ତା ଭାବେ ପୁନଃନିର୍ମାଣ କରାଯାଉଛି । ରାସ୍ତା ଚଉଡା କରିବା ପାଇଁ ଆବଶ୍ୟକ ପରିମାଣରେ ରାସ୍ତା ଖୋଳିବା ସହିତ ନିର୍ଦ୍ଧାରିତ ପରିମାଣରେ ବାଲି ଓ ଚିପସ ଦେଇ ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଅମରପାଲି ଗାଁ ଲୋକେ ଏକ କମିଟି ଗଠନ କରି ରାସ୍ତା କାମର ତଦାରଖ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details