ଓଡିଶା

odisha

ETV Bharat / state

ଭୀମ ଟିକିରା ଗାଁ: 4 ଦଶନ୍ଧି ତଳର ରାସ୍ତା ଏବେ ପାଲଟିଛି ମରଣଯନ୍ତା

ଗାଁକୁ ନାହିଁ ରାସ୍ତା । ଲୋକେ ତ ଦୂରର କଥା ଶଗଡିଆମାନେ ବି ଯାଇ ପାରୁନାହାଁନ୍ତି । ସୁବର୍ଣ୍ଣପୁର ଅଡାକଷାରୁ ଭୀମଟିକିରା ଗାଁ ରାସ୍ତା । ସେପଟେ ସ୍ଥାନୀୟ ପଂଚାୟତରୁ ଆରମ୍ଭ କରି ପଂଚାୟତିରାଜ ବିଭାଗର ବଡବାବୁଙ୍କ ପାଖରେ ଗାଁ ଲୋକେ ଅନେକ ବାର ଗୁହାରି କଲେଣି । ହେଲେ ଫଳ ଶୂନ ।

ଡିଜାଇନ ଫଟୋ

By

Published : Jul 11, 2019, 7:57 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଅଡାକଷାରୁ ଭୀମଟିକିରା ଗାଁ ରାସ୍ତା । ପ୍ରାୟ 9 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଏହି ରାସ୍ତା । ଅଙ୍କାବଙ୍କା ରାସ୍ତା ପୁଣି ରାସ୍ତାରେ ଢେମା ଢେମା ପଥର । ରାସ୍ତାଟି ଅଧିକାଂଶ ଖାଲ ଖମାରେ ପରିଣତ ହୋଇଥିବାବେଳେ ଯାନବାହନ ତ ଦୂରର କଥା ଲୋକେ ସାଇକେଲରେ ବି ଯା ଆସ କରିବା ପାଇଁ ମୁହଁ ମୋଡି ଦେଉଛନ୍ତି । ଶଗଡିଆମାନେ ବି ଏହି ରାସ୍ତା ଦେଇ ଯାଇ ପାରୁନାହାଁନ୍ତି । ପ୍ରାୟ 4 ଦଶନ୍ଧି ତଳେ ତିଆରି ହୋଇଥିବା ଏହି ପାଦଚଲା ରାସ୍ତା ଏବେ ମରଣଯନ୍ତା ପାଲଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଗାଁ ରାସ୍ତା ହୋଇଥିବାରୁ ଏହା ପଞ୍ଚାୟତରାଜ ବିଭାଗର ଦାୟିତ୍ବରେ ରହିଛି । ହେଲେ ଗାଁ ଭିତର ରାସ୍ତା ସବୁ କଂକ୍ରିଟ । କିନ୍ତୁ ଗାଁରୁ ଗ୍ରାମପଞ୍ଚାୟତ ମହକୁମାକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ । ସ୍ଥାନୀୟ ପଂଚାୟତରୁ ଆରମ୍ଭ କରି ପଂଚାୟତିରାଜ ବିଭାଗର ବଡବାବୁଙ୍କ ପାଖରେ ଗାଁ ଲୋକେ ଅନେକ ବାର ଗୁହାରି କଲେଣି । ହେଲେ କେବଳ ପ୍ରତିଶୃତି ମିଳିବା ହିଁ ସାର ।
ଅପରପକ୍ଷରେ ରାସ୍ତାର ଉନ୍ନତି କରଣ ସଂପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିରାଚରିତ ଉତ୍ତର ତୁରନ୍ତ ଅନୁଦାନ ଦେଇ ପକ୍କା ରାସ୍ତା ତିଆରି ହେବ ।


ବିଭାଗୀୟ ଉଦାସୀନତା ଓ ଅବହେଳାର ଶିକାର ହୋଇ ଆସୁଛନ୍ତି ଅଡାକଷା ଗାଁ ଲୋକେ । ରାସ୍ତାର ଉନ୍ନତି କରଣ ଦିଗରେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ନିଆ ନ ଗଲେ ଗାଁ ଲୋକଙ୍କ ଭିତରେ ଦାନା ବାନ୍ଧୁଥିବା ଆନ୍ଦୋଳନ ଯେ ଭୟଙ୍କର ରୂପ ନ ନେବ, ତାହା କହି ହେବ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details