ସୁବର୍ଣ୍ଣପୁର: ଜିଲ୍ଲାର ସୁବଳୟା ଥାନା ଅନ୍ତର୍ଗତ ଡୁଙ୍ଗୁରି ଛକରେ ରାସ୍ତା ଅବରୋଧ। ପ୍ରଦୀପ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ରାସ୍ତା ଅବରୋଧ କରାଯାଇଛି। ମଙ୍ଗଳବାର ଡୁଙ୍ଗୁରି ଗାଁର ପ୍ରଦୀପ ସାହୁ ନିଜ ଭାଇଙ୍କ ସହ କପା ବିକ୍ରି କରିବାକୁ ଯାଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ।
ପରେ କେହି ଅଜଣା ବ୍ୟକ୍ତି ତାଙ୍କ ଘରକୁ ଫୋନ କରି ପ୍ରଦୀପଙ୍କ ଦୁର୍ଘଟଣା ହୋଇଥିବା ଖବର ଦେଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ପ୍ରଦୀପଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।