ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ

କୋରୋନା ପାଇଁ କରାଯାଇଥିବା ଲକଡାଉନ ଯୋଗୁଁ କେତେକ ସ୍ଥାନରେ ଆବଶ୍ୟକୀୟ ସାମଗ୍ରୀର ଦରଦାମରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

By

Published : Mar 29, 2020, 9:59 PM IST

subarnapur
ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ବୃଦ୍ଧି

ସୁବର୍ଣ୍ଣପୁର: ଜିଲ୍ଲାରେ ଦୈନନ୍ଦୀନ ଅତ୍ୟାବଶ୍ୟକ ସାମଗ୍ରୀର ଦିନକୁଦିନ ଦର ବୃଦ୍ଧି ପାଇବାରେ ଲାଗିଛି। ଖାଉଟି ମାନଙ୍କ ପାଖରୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନେକ ଅଭିଯୋଗ ହୋଇଛି । ଫଳରେ ଅତି ଜରୁରୀ ଖାଉଟି ସାମଗ୍ରୀର ଏକ ଦର ତାଲିକା ପ୍ରକାଶ ପାଇଛି । ବିଶେଷକରି ବିଭିନ୍ନ ପ୍ରକାରର ଡାଲି, ଚାଉଳ, ଚିନି, ଆଳୁ, ପିଆଜ, ବେସନ, ଖାଇବା ତେଲ, ସୁଜି ଆଦିର ଏକ ଦର ତାଲିକା ଖାଦ୍ୟ ଯୋଗାଣ ବିଭାଗ ପ୍ରକାଶ କରିଛି । ଏହି ଦରରୁ ଅଧିକ ଦାମରେ କୌଣସି ତେଜରାତି ଦୋକାନୀ ବିକ୍ରି ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ବୃଦ୍ଧି

କରୋନା ପାଇଁ ଲକ ଡାଉନ ଘୋଷଣା ହେବା ପରେ ଆଳୁ ପିଆଜ ଦର ବେଶ ବଢିଥିଲା। ସେହିପରି ଅନ୍ୟାନ୍ୟ ସାମଗ୍ରୀ ବି ଖାଉଟି ଘରେ ମହଜୁଦ ରଖିବା ପାଇଁ ଅଧିକ ପରିମାଣରେ କିଣିବାରୁ ଦର ଅଧିକ ହୋଇଛି । ଏହି ପରିସ୍ଥିତିରେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଦୈନନ୍ଦୀନ ସାମଗ୍ରୀ ଯୋଗାଇ ଦେବା ପାଇଁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ଦର ତାଲିକା ପ୍ରକାଶ କରିଛି । ଆଗକୁ କେତେ ଦୂର ତେଜରାତି ଦୋକାନୀ ଏହି ଦର ତାଲିକା ଅନୁଯାୟୀ ସାମଗ୍ରୀ ବିକ୍ରି କରିବେ ତାହା ଜଣାପଡିବ ।

ଅତି ଜରୁରୀ ଖାଉଟି ସାମଗ୍ରୀର ଏକ ଦର ତାଲିକା ପ୍ରକାଶ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details