ସୁବର୍ଣ୍ଣପୁର: ସଡକ ସୁରକ୍ଷା ଉପରେ ବେଶ ସମ୍ବେଦନଶୀଳ ହୋଇ ଉଠିଛି ପରିବହନ ବିଭାଗ । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ରାଜ୍ୟର ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ପରିବହନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରମାଣିତ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି ।
ଭିଡ଼ିଓ ସୌଜନ୍ଯ: ସମ୍ବାଦଦତା, ଇଟିଭି ଭାରତ ସଡକ ସୁରକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ପରିବହନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନକୁ ସାମିଲ କରାଯାଇଛି । ଚଳିତ ବର୍ଷ ବିଭାଗ ପକ୍ଷରୁ 105 ପ୍ରତିଶତ ରାଜସ୍ବ ଆଦାୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ 12 କୋଟି 25 ଲକ୍ଷ ଟଙ୍କାର ରାଜସ୍ବ 2018-19 ଆର୍ଥୀକ ବର୍ଷ ପାଇଁ ନିର୍ଦ୍ଧାରିତ ହୋଇଥିବାବେଳେ 13 କୋଟି 33 ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରାଯାଇଛି ।
କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଏହି ରାଜସ୍ବ ଆଦାୟ କରାଯାଉଥିବା ବେଳେ ପ୍ରତିଦିନ ବିଭାଗ ତରଫରୁ ଯାନ ବାହାନ ଯାଞ୍ଚ କରାଯାଇ ଜୋରିମନା ଆଦାୟ କରାଯାଉଛି । ସେହିପରି ଡ୍ରାଇଭିଂ ଲାଇସେନସ ,ହେଲେମେଟ ତଥା ଯାନ ବାହନଗୁଡିକର କାଗଜ ପତ୍ର ଯାଞ୍ଚ କରାଯାଉଛି । ଗତବର୍ଷ ସଡକ ଦୁର୍ଘଟଣା ପୂର୍ବ ବର୍ଷ ଅପେକ୍ଷା ପ୍ରାୟ 28 ପ୍ରତିଶତ କମିଥିବା ବେଳେ 2019ରେ ଦୁର୍ଘଟଣା ସଂଖ୍ୟା ଅଧିକ ହୋଇଥିବା ସରକାରୀ ଭାବେ ଜଣାଯାଇଛି । ଦୁର୍ଘଟଣା ରୋକିବା ସହିତ ଯାନବାହନ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ ,ଜିଲ୍ଲା ପୋଲିସ ଓ ସ୍ବେଛାସେବୀ ଅନୁଷ୍ଠାନ ଗୁଡିକର ମିଳିତ ବୈଠକରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ