ଓଡିଶା

odisha

ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ

ଗୁରୁବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପାତାଳୀ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଶେଷ ହୋଇଛି ।

By

Published : Jul 3, 2019, 11:33 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ସୂବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବେ ପରିଚିତ ସୁବର୍ଣପୁରରେ ଗୁରୁବାର ରଥଯାତ୍ରା ପାଳନ କରାଯିବ । ଏଥିପାଇଁ ରଥ ଖଳାରେ ତିନି ଠାକୁରଙ୍କ ରଥ ପ୍ରସ୍ତୁତ ହୋଇ ରହିଛି । ସେହିପରି ସହରର ଦଧିବାମନ ମହାପ୍ରଭୁଙ୍କ ରଥ ଘୋଡାଘାଟ ପଡାର କଚେରୀ ଛକ ରଥ ଖଳାରେ ପ୍ରସ୍ତୁତ ହୋଇ ରହିଛି । ପାତାଳୀ ଶ୍ରୀ କ୍ଷେତ୍ରରେ ବି ତିନି ଠାକୁରଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗୁରୁବାର ପାତାଳୀ ଶ୍ରୀ କ୍ଷେତ୍ରରେ ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରାଯିବ ।


ଏଥିପାଇଁ ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସହିତ ତିନି ଠାକୁରଙ୍କ ରଥ ଟଣା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସାଇକେଲ, ମୋଟର ସାଇକେଲ, ଚାରି ଚକିଆ ଯାନ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର


ଶ୍ରଦ୍ଧାଳୁଙ୍କ ଜୋତା ଚପଲ ରଖିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏଥିସହ ନିର୍ଦ୍ଧାରିତ ସମୟରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ କରାଯିବା ସହିତ ରଥଟଣା କାର୍ଯ୍ୟ ସମ୍ପନ୍ନ କରାଯିବ । ଏପଟେ ମାଉସୀ ମା ମନ୍ଦିର କମିଟି ତରଫରୁ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇଙ୍କ ଦଶାବତାର ଦର୍ଶନ ପାଇଁ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏଥିସହ ପ୍ରତିଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details