ସୁବର୍ଣ୍ଣପୁର: ଟିକିଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପୋଲ ଥାଇ ବି ନଥିଲା ପରି ମନେ ହେଉଛି । ବୁଡି ଯାଉଛି ରାସ୍ତା ଘାଟ । ଚାରିଆଡେ କେବଳ ପାଣି ହିଁ ପାଣି । ଏପରି ସ୍ଥିତିରେ ବେହାଲ ହୋଇପଡିଛି ସାଧାରଣ ଜନଜୀବନ । ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ । ଏ ହେଉଛି ବିନିକା ବ୍ଲକ ମହଦା-ବାବୁପାଲି ଆରଡି ରାସ୍ତା ମଝିରେ ଥିବା ପୋଲ ଉପରର ଦୃଶ୍ୟ ।
ଆରଡି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରୁଥିବାବେଳେ ଟିକେ ବର୍ଷା ହେଲେ ବୁଡି ଯାଉଛି ପୋଲ ଏବଂ ପୋଲ ଉପରେ ପ୍ରବାହିତ ହେବାରେ ଲାଗୁଛି ବର୍ଷା ପାଣି । ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ତିଆରି ହୋଇ ପାରିନାହିଁ ଉଚ୍ଚ ପୋଲ । ଫଳରେ ପ୍ରତ୍ୟେକ ବର୍ଷ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।