ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗୀର ରେଲଓ୍ବେ ଲାଇନ ତିଆରି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଣ୍ଟା ଭିଡିଛି ଭାରତୀୟ ରେଳ ବିଭାଗ । ବ୍ରିଟିସ ଶାସନ ସମୟରେ ପ୍ରସ୍ତାବିତ ଏହି ରେଳ ଲାଇନ ଆଗାମୀ 2022 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାର ମଧ୍ୟ ଜମି ଯୋଗାଇଦେବା ପାଇଁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ରେଳ ଲାଇନ ଓ ଷ୍ଟେସନ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅହେତୁକ ଭାବେ ବିଳମ୍ବ ହେଉଛି ।
ଫଳରେ ବହୁ ପ୍ରତିକ୍ଷିତ ଏହି ରେଳ ଲାଇନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ଆଶା ଓ ସନ୍ଦେହର ଦୋଛକିରେ ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାବାସୀ । ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ଜନସାଧାରଣ ।
ସୁବର୍ଣ୍ଣପୁର ଜିଲ୍ଲାରେ 547 ଏକର ରୟତି କିସମର ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଅଛି । ବର୍ତ୍ତମାନ ବଲାଙ୍ଗିର ପଟୁ ରେଲଓ୍ବେ ଲାଇନ ଭଏଁସା ପାଲି ପର୍ଯ୍ୟନ୍ତ 27 କିଲୋମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଅହେତୁକ ଭାବେ ବିଳମ୍ବ ହୋଇଛି । ଫଳରେ ରେଲଓ୍ବେ ଲାଇନ କାର୍ଯ୍ୟ ଆରମ୍ଭ ହୋଇ ଅଟକି ପଡି ରହିଛି ।